ଜନ୍ମ ଦିନରେ ଗଲା ଜୀବନ । ସ୍କୁଟି ଉପରେ ଚଢିଗଲା ଟ୍ରକ, ଅଧା ରାସ୍ତାରେ ଆଖି ବୁଜିଲେ ମାଆ-ପୁଅ ।

6,498

କନକ ବ୍ୟୁରୋ : ଏମିତି ବି ଆସେ ମୃତ୍ୟୁ । ସ୍କୁଟି ଉପରେ ମାଡିଗଲା ଟ୍ରକ । ଜନ୍ମ ଦିନରେ ଜୀବନ ଗଲା । ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଅନୁଗୁଳ ବାଲିପଟା ଗାଁର ସରିତା ସାହୁ ଓ ତାଙ୍କ ପୁଅ ଶୁଭମ ସାହୁଙ୍କ ଜୀବନ ।

ଶୁଭମଙ୍କ ଜନ୍ମଦିନ ଥିବାରୁ ଅନୁଗୁଳ ବୁଢୀ ରାକୁରାଣୀ ମନ୍ଦିରକୁ ସଂପର୍କୀୟଙ୍କ ସହ ଦର୍ଶନ ପାଇଁ ଯାଇଥିଲେ ମା ଓ ପୁଅ । ତେବେ ବାଲିପଟା ଫେରୁଥିବା ବେଳେ ହଠାତ ଏକ ଟ୍ରକ ଆସି ତାଙ୍କ ଆକ୍ଟିଭା ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ମା ଓ ଆଠ ବର୍ଷର ଶୁଭମଙ୍କ ମୃତ୍ୟୁ ହୋଇଥିଲା । ସଂପର୍କୀୟ ଜଣକ ମଧ୍ୟ ଏହି ଘଟଣାରେ ଗୁରୁତର ଅଛନ୍ତି । ମୃତ୍ୟୁ ପରେ ୫୫ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡି ଚଳାଚଳ ବନ୍ଦ ରହିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.