କନକ ବ୍ୟୁରୋ : ଦୁନିଆଁକୁ ଅଲଗା ଅଲଗା ଆସିଥିଲେ କିନ୍ତୁ ସାଂଗହୋଇ ବିଦାୟ ନେଇଛନ୍ତି । ଆନ୍ଧ୍ରପ୍ରଦେଶରେ ହୋଇଥିବା ଏକ ସଡକ ଦୁର୍ଘଟଣାରେ ସ୍ୱାମୀ, ସ୍ତ୍ରୀଙ୍କ ସହ ଦୁଇ ସମ୍ପର୍କୀୟ ଏକାଥରକେ ଆଖି ବୁଜିଛନ୍ତି । ଖବର ଆସିବା ପରେ ସ୍ତବ୍ଧ ହୋଇ ଯାଇଛି ପୂରା ଅଂଚଳ । ସୃଷ୍ଟି ହୋଇଛି ଶୋକାକୂଳ ପରିବେଶ ।

Advertisment

ବେଙ୍ଗାଲୁରରୁ ଓଡିଶା ଫେରୁଥିବାବେଳେ ସଡକ ଦୁର୍ଘଟଣାରେ ଏହି ୪ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ବେଙ୍ଗାଲୁର ଭିକ୍ଟୋରିଆ ହସ୍ପିଟାଲରେ ଉମେଶଙ୍କ ଚିକିତ୍ସା କରିି ଓଡିଶା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଫେରିବା ସମୟରେ ବେଙ୍ଗାଲୁର- ତିରୁପତି ଜାତୀୟ ରାଜପଥରେ ଚିତୋର ନିକଟରେ ଆମ୍ବୁଲାନ୍ସ ଏକ ତେଲ ଟ୍ୟାଙ୍କରକୁ ଧକା ଦେଇଥିଲା । ଦୁର୍ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ପରିବାର ଲୋକଙ୍କ କହିବା ଅନୁସାରେ, ଉମେଶଙ୍କ ଦେହ ଖରାପ ଥିବାରୁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବେଙ୍ଗାଲୁରର ଭିକ୍ଟୋରିଆ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ, ଡାକ୍ତର ଫେରାଇ ଦେବାରୁ ଆମ୍ବୁଲାନ୍ସ ଯୋଗେ ଉମେଶ ଓ ତାଙ୍କ ସମ୍ପର୍କୀୟମାନେ ଘରକୁ ଫେରୁଥିଲେ । ଆଉ ଫେରିବାବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ମୃତ ଦେହ ଆଣିବାକୁ ସମ୍ପର୍କୀୟମାନେ ଆନ୍ଧ୍ର ଯାଇଥିବା ଜଣାପଡିଛି ।