ଦୁର୍ଘଟଣାରେ ଚାଲିଗଲା ୨ ଭାଲୁଙ୍କ ଜୀବନ

ଦୁର୍ଘଟଣାରେ ଚାଲିଗଲା ୨ ଭାଲୁଙ୍କ ଜୀବନ

168

କନକ ବ୍ୟୁରୋ : ଦୁର୍ଘଟଣାରେ ଚାଲିଗଲା ୨ ଭାଲୁଙ୍କ ଜୀବନ । ରାସ୍ତା ପାର ହେବା ସମୟରେ ଦୁର୍ଘଟଣା ହେବାରୁ ୨ ଭାଲୁଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଆଜି ସକାଳୁ ଯାଜପୁର ରୋଡ ବନ ବିଭାଗ ଅଧୀନରେ ଥିବା ରଗଡି ପଲିଟେକନିକ ସମ୍ମୁଖରେ ଦୁଇଟି ଭାଲୁ ଦୁର୍ଘଟଣାର ଶିକାର ହୋଇଛନ୍ତି । ଦୁର୍ଘଟଣାରେ ଦୁଇଟି ଭାଲୁଙ୍କର ମୃତ୍ୟୁ ହୋଇଯାଇଛି ।

ଗତକାଲି ବିଳମ୍ବିତ ରାତିରେ ଭାଲୁ ଦୁଇଟି ୨୦ ନଂ ଜାତୀୟ ରାଜପଥ ପାର ହେଉଥିବା ବେଳେ କୌଣସି ଗାଡି ସେମାନଙ୍କୁ ଧକ୍କା ଦେଇଥିଲା , ଯାହାଫଳରେ ଘଟଣାସ୍ଥଳରେ ହିଁ ଦୁଇଟି ଭାଲୁଙ୍କର ମୃତ୍ୟୁ ହୋଇଯାଇଥିଲା । ଆଜି ସକାଳେ ଖବର ପାଇ ବନ ବିଭାଗ ମୃତଦେହକୁ ଜବତ କରିଥିଲେ ।