କନକ ବ୍ୟୁରୋ :ଜମ୍ମୁ-କଶ୍ମୀରର  ଉଦ୍ଧମପୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ଦୁଇ ଜଣ ପାଇଲଟ ଥିବା ସେନା ହେଲିକପ୍ଟରଟି ଜମ୍ମୁ-କଶ୍ମୀରର ଉଦ୍ଧମପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଦୁଇ ଜଣ ପାଇଲଟ ଗୁରୁତର ଆହତ ହୋଇଛନ୍ତି । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଯାଇଥିବା ସୂଚନା ମିଳିଛି ।  ପୁଲିସ କହିଛି ଯେ, ଦୁର୍ଘଟଣା ଘଟିଥିବା ଅଞ୍ଚଳରେ ଅତ୍ୟଧିକ କୁହୁଡି ଥିବାରୁ ଦୃଶ୍ୟମାନତା ହ୍ରାସ ପାଇଥିଲା। ହୁଏତ ଏହା ଦୁର୍ଘଟଣାର କାରଣ ହୋଇପାରେ।

Advertisment

publive-imageଉଦ୍ଧମପୁରର ଡିଆଇଜି ସୁଲେମାନ ଚୌଧୁରୀ କହିଛନ୍ତି ଯେ, ପୁଲିସ ସୂଚନା ପାଇବା ପରେ ପୁଲିସ ଟିମକୁ ଶିବ ଗର ଧରକୁ ପଠାଯାଇଛି। ଖରାପ ପାଗ ଯୋଗୁଁ ସେନା ହେଲିକପ୍ଟର ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ହେଲିକପ୍ଟରଟି ଦୁର୍ଘଟଣା ହେବା ସମୟରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ତେବେ ଚପରଟି ଦୁର୍ଘଟଣାଗ୍ରସ୍ତ ହୋଇଛି ନା ପାଇଲଟ ଏହାକୁ ‘କ୍ରାସ ଲ୍ୟାଣ୍ଡିଂ’ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହା ପୂର୍ବରୁ ଅଗଷ୍ଟ ୩ରେ ଜମ୍ମୁ-କଶ୍ମୀରର କଠୁଆର ରଣଜିତ ସାଗର ଡ୍ୟାମ ହ୍ରଦରେ ଭାରତୀୟ ସେନାର ଆଉ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।