ପୁରୀ ପାଇଁ ଆରଏମସି ବଢାଇଲା ସହାୟତାର ହାତ । ପଠାଇଲା ଶ୍ରମିକ, ପୁରୀରେ ପୂର୍ବସ୍ଥିତି ଫେରାଇ ଆଣିବା ପାଇଁ ଚାଲିଛି କସରତ

Advertisment
ପୁରୀ ପାଇଁ ଆରଏମସି ବଢାଇଲା ସହାୟତାର ହାତ । ପଠାଇଲା ଶ୍ରମିକ, ପୁରୀରେ ପୂର୍ବସ୍ଥିତି ଫେରାଇ ଆଣିବା ପାଇଁ ଚାଲିଛି କସରତ

କନକ ବ୍ୟୁରୋ : ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ରାଉରକେଲାରୁ ପୁରୀକୁ ଶ୍ରମିକ ପଠାଇଲା ରାଉରକେଲା ମ୍ୟୁନିସିପାଲିଟି । ପୁରୀ ଜିଲ୍ଳା ପ୍ରଶାସନର ଅନୁରୋଧ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ପଦକ୍ଷେପ ନେଇଛି ଆରଏମସି । ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ଶ୍ରମିକମାନେ ଆବଶ୍ୟକ ଯନ୍ତ୍ରପାତି ସହ ପୁରୀ ଯାଇଛନ୍ତି । ପୁରୀ ଜିଲ୍ଳାର ପରିମଳଠାରୁ ଆରମ୍ଭ କରି ରାସ୍ତାଘାଟ ସବୁ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ।

publive-image ଭୁଷୁଡି ପଡିଛି ବିଦ୍ୟୁତିକରଣ ବ୍ୟବସ୍ଥା । ତେଣୁ ଏହି ପର୍ଯ୍ୟଟନ ସହରର ପୁନଃରୁଦ୍ଧାର କାର୍ଯ୍ୟକୁ ଜୋରଦାର କରିଛି ପ୍ରଶାସନ । ପୁରୀ ସହରକୁ ପୁଣି ପୂର୍ବପରି ଗଢିତୋଳିବା ଲାଗି ପୁରୀ ପ୍ରଶାସନ ଓ ରାଜ୍ୟ ସରକାର ମିଳିତ ଭାବରେ ଉଦ୍ୟମ ଜାରି ରଖିଛନ୍ତି । ତେବେ ସହରବାସୀଙ୍କ ଆଶା ରହିଛି ଯେ, ଖୁବଶୀଘ୍ର ପୂର୍ବପରି ପୁରୀର ସୌନ୍ଦର୍ଯ୍ୟ ଫେରିଆସିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe