କରୋନରେ ପ୍ରାଣ ହରାଇଲେ ଆରଏଲଡି ଅଧ୍ୟକ୍ଷ ଅଜିତ୍ ସିଂ । ଗୁରୁଗ୍ରାମ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା ।

487

କନକ ବ୍ୟୁରୋ : ରାଷ୍ଟ୍ରୀୟ ଲୋକଦଳର ଅଧ୍ୟକ୍ଷ ତଥା ପଶ୍ଚିମ ଉତ୍ତରପ୍ରଦେଶର ଲୋକପ୍ରିୟ ଜାଠ୍ ନେତା ଅଜିତ୍ ସିଂଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଅଜିତ୍ ସିଂ ଓ ତାଙ୍କ ନାତୁଣୀ ଏପ୍ରିଲ ୨୨ ତାରିଖ ଦିନ କରୋନାରେ ସଂକ୍ରମିତ ହୋଇଥିଲେ । ଏହାପରେ ସେମାନଙ୍କୁ ଚିକିତ୍ସା ପାଇଁ ଗୁରୁଗ୍ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଅବସ୍ଥା ଗୁୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଆଜି ତାଙ୍କର ପରଲୋକ ହୋଇଯାଇଛି ।

ରାଷ୍ଟ୍ରୀୟ ଲୋକଦଳର ଅଧ୍ୟକ୍ଷ ଅଜିତ ସିଂଙ୍କ ଜନ୍ମ ୧୯୩୯ ମସିହା ଫେବୃଆରୀ ୧୨ ତାରିଖରେ ହୋଇଥିଲା । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦେଶର ବଡ କୃଷକ ନେତା ଚୌଧୁରୀ ଚରଣ ସିଂଙ୍କ ପୁଅ । ତାଙ୍କର ମୃତ୍ୟୁପରେ ସମାଜବାଦୀ ପାର୍ଟି, ବିଜେପି ସମେତ ଦେଶର ଅନେକ ରାଜନୈତିକ ଦଳର ନେତାମାନେ ଶୋକ ପ୍ରକାଶ କରିଛନ୍ତି ।

ତ୍ସ୍ୱଗତଃ ଅଜିତ୍ ସିଂ ତାଙ୍କ ରାଜନୈତିକ କ୍ୟାରିଅରରେ ୪ ଥର କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ସେ ୟୁପିଏ ଓ ଏନଡିଏ ସରକାରରେ ମନ୍ତ୍ରୀଥିଲେ । ସେ ଗୋଟିଏ ଥର ରାଜ୍ୟସଭା ସାଂସଦ ଓ ୭ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ।