ବିହାର ନିର୍ବାଚନ ପାଇଁ ଆରଜେଡି ଜାରିକଲା ନିର୍ବାଚନୀ ଇସ୍ତାହାର: ୧୦ ଲକ୍ଷ ଚାକିରୀ , ଚାଷୀଙ୍କୁ ଋଣ ଛାଡ ସହ କ୍ଷମତାକୁ ଆସିଲେ ସବୁଠୁ କମ୍ ବିଜୁଳି ଦରର ପ୍ରତିଶ୍ରୁତି

ସାଂବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଲେ ତେଜସ୍ୱୀ ଯାଦବ

158

କନକ ବ୍ୟୁରୋ : ବିହାର ନିର୍ବାଚନରେ ଚାଲିଛି ପ୍ରତିଶୃତି ପର୍ବ । ବିଜେପି ପରେ ଆଜି ବିହାରରେ ମୁଖ୍ୟ ବିରୋଧୀଦଳ କୁହାଯାଉଥିବା ରାଷ୍ଟ୍ରୀୟ ଜନତା ଦଳ ତା’ର ନିର୍ବାଚନୀ ଇସ୍ଥାହାର ବା ସରକାରକୁ ଆସିଲେ ସେ କ’ଣ କରିବେ ଏନେଇ ଏକ ଘୋଷଣା ପତ୍ର ଜାରୀ କରିଛି । ‘ହମାରା ପଣ’ ନାମକ ଏହି ଘୋଷଣାପତ୍ର ରେ ଆରଜେଡି ବିହାରର ସବୁ ବର୍ଗର ଲୋକଙ୍କ ପାଇଁ କିଛି ନା କିଛି ଉପହାର ଆଣିଛି । ଏହି ୧୬ ପୃଷ୍ଟା ବିଶିଷ୍ଠ ଘୋଷଣାପତ୍ରର ପ୍ରଥମେ ରାଜ୍ୟର ୧୦ ଲକ୍ଷ ବେକାରୀଙ୍କୁ ନିଯୁକ୍ତି ଦେବାକଥା କୁହାଯାଇଛି । ଏହା ସହ ଶସ୍ତା ବିଜୁଳି ଯୋଗାଇ ଦିଆଯିବ ବୋଲି ବି କହିଛନ୍ତି ତେଜସ୍ୱୀ । ଆରଜେଡିର ବରିଷ୍ଠ ନେତା ମାନଙ୍କ ଉପସ୍ଥିତିରେ ଏହାକୁ ଜାରି କରାଯାଇଛି । ଏହି ଅବସରରେ ଆରଜେଡି ମୁଖ୍ୟ ତଥା ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ କହିଛନ୍ତି କି ଏହା କେବଳ ମୋର ପ୍ରତିଶୃତି ନୁହେଁ ଏହି ପ୍ରତିଶୃତି ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଓ ରାବଡୀ ଦେବୀଙ୍କର ସହମତି ରହିଛି ।

କ’ଣ ରହିଛି ଘୋଷଣା ପତ୍ରରେ :

-ନୂତନ ଭାବେ ୧୦ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ । ତାହା ପୁଣି ସରକାରର ପ୍ରଥମ କ୍ୟାବିନେଟ୍ ବୈଠକରେ ପାରିତ କରାଯିବ ।

– ଚୁକ୍ତିଭିତ୍ତିକ ନିଯୁକ୍ତିକୁ ବନ୍ଦ କରାଯାଇ ସମସ୍ତ ପଦକୁ ସ୍ଥାୟୀ କରାଯିବ ଓ ସମାନ କାମକୂୁ ସମସ୍ତ କର୍ମଚାରୀ ମାନଙ୍କୁ ସମାନ ଦରମା ପ୍ରଦାନ କରାଯିବ ।

– ନିଯୁକ୍ତି ଓ ଉତ୍ପାଦନ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ନୂତନ ଶିଳ୍ପନୀତି ଅଧିନରେ ପ୍ରଭାବଶାଳୀ ଟିକସଭିନ୍ନ ଓ ଟିକସ ବିନିମୟ ଯୋଜନା ଆରମ୍ଭ କରାଯିବ । ଯେଉଁଥିରେ ନୂତନ ଶିଳ୍ପ ପ୍ରତିଷ୍ଠା ଅଧିନରେ ନିବେଶକାରୀ ମାନଙ୍କୁ ଏକ ନିର୍ଦ୍ଧିଷ୍ଟ ସମୟ ପାଇଁ ସବସିଡ ଓ ଉଚ୍ଚ ଟିକସରୁ ମୁକ୍ତ କରାଯିବ ।

– ନିଯୁକ୍ତି ପାଇଥିବା ଶିକ୍ଷକ ମାନଙ୍କୁ ପେ ସ୍କେଲ, କାର୍ଯ୍ୟକର୍ତ୍ତା ସହାୟକ, ଲାଇବ୍ରେରିଆନ ଓ ଉର୍ଦ୍ଧୁ ଶିକ୍ଷକ ମାନଙ୍କୁ ସମାନ ବେତନ ପ୍ରଦାନ କରାଯିବ । ଏହାସହ ମୂଳନିବାସୀ ଛାତ୍ର ଛାତ୍ରୀ ମାନଙ୍କୁ ସରକାରୀ ପରୀକ୍ଷାରେ ମାଗଣା ଫର୍ମ ପୁରଣ ସହ ପରୀକ୍ଷାକେନ୍ଦ୍ର ଯାଏ ମାଗଣା ଯାତ୍ରାର ସୁବିଧା ଦିଆଯିବ ।

– କାର୍ଯ୍ୟାଳୟ ସହାୟକ, ସ୍ୱୟଂସେବକ, ଲାଇବ୍ରେରିଆନ,ଉର୍ଦ୍ଧୁ ଶିକ୍ଷକ,ଅଙ୍ଗନବାଡୀ କର୍ମୀ ଓ ସହାୟକ, ଆଶା କର୍ମୀ, ଗ୍ରାମୀଣ ଡାକ୍ତର ଓ ଜୀବୀକା ଦିଦି ମାନଙ୍କର ଦାବି ପୂୁରଣ କରାଯିବ ।

– ସ୍ୱାସ୍ଥ୍ୟସେବା କ୍ଷେତ୍ର ଘରୋଇ ଓ ଅସଂଗଠିତ କ୍ଷେତ୍ର ମାଧ୍ୟମରେ ପ୍ରତ୍ୟେକ୍ଷ ଓ ପରୋକ୍ଷ କ୍ଷେତ୍ରରେ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯିବ ।

-ଜୀବୀକା କ୍ୟାଡର ମାନେ ପେ ସ୍କେଲରେ ସ୍ଥାୟୀ ଚାକିରୀଥିବା ଗୋଷ୍ଠୀର ସଦସ୍ୟ ମାନଙ୍କୁ ସୂୁଧ ମୁକ୍ତ ଋଣ ପ୍ରଦାନ କରାଯିବ ।

-କର୍ପୋରେଟ୍ ଜଗତରେ ବୈଷୟିକ ପ୍ରଶିକ୍ଷକଙ୍କ ପର୍ଯ୍ୟବେକ୍ଷଣରେ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଯେଉଁଠାରେ ପାରମ୍ପାରିକ ଦକ୍ଷତା ଓ ପ୍ରଶ୍ନ ଦକ୍ଷତା ମଧ୍ୟ ପ୍ରଦାନ କରାଯିବ ।

– . ଦକ୍ଷତା ଓ ଯୋଗ୍ୟତା ମୁତାବକ ଘରୋଇ ଏବଂ ସାର୍ବଜନୀନ କ୍ଷେତ୍ରରେ ଉଦ୍ୟୋଗ ଗୁଡିକରେ ନିଯୁକ୍ତି କିମ୍ବା ନିଯୁକ୍ତି ବିକଳ୍ପ ପ୍ରଦାନ କରି ପ୍ରତ୍ୟେକ ଜିଲ୍ଲାରେ ନିଯୁକ୍ତି କେନ୍ଦ୍ର ପ୍ରତିଷ୍ଠା କରାଯିବ ।

– ନିଯୁକ୍ତି ପ୍ରକ୍ରିୟାରେ ଅଣ ସରକାରୀ ମଧ୍ୟସ୍ଥି ପ୍ରକ୍ରିୟାକୁ ଅପସାରଣ କରି ଯାହାର ଲାଭ ସିଧା ସଳଖ ଯୁବକଙ୍କୁ ଦିଆଯିବ ।