ବିହାର ନିର୍ବାଚନ ଫଳାଫଳ ପରେ ଆରଜେଡି ବିଧାୟକ ଦଳର ବୈଠକ : ବିହାରବାସୀଙ୍କୁ ଧନ୍ୟବାଦ ଦେଲେ ତେଜସ୍ୱୀ ଯାଦବ; କହିଲେ, ଜନତାଙ୍କ ସମର୍ଥନ ମହାଗଠବନ୍ଧନ ସପକ୍ଷରେ

Advertisment
ବିହାର ନିର୍ବାଚନ ଫଳାଫଳ ପରେ ଆରଜେଡି ବିଧାୟକ ଦଳର ବୈଠକ : ବିହାରବାସୀଙ୍କୁ ଧନ୍ୟବାଦ ଦେଲେ ତେଜସ୍ୱୀ ଯାଦବ; କହିଲେ, ଜନତାଙ୍କ ସମର୍ଥନ ମହାଗଠବନ୍ଧନ ସପକ୍ଷରେ

କନକ ବ୍ୟୁରୋ : ବିହାର ନିର୍ବାଚନ ଫଳାଫଳ ପରେ ଆରଜେଡି ବିଧାୟକ ଦଳର ବୈଠକ । ବୈଠକ ପରେ ବିହାରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ତେଜସ୍ୱୀ ଯାଦବ । କହିଲେ, ମହାଗଠବନ୍ଧନ ସପକ୍ଷରେ ଜନତାଙ୍କ ସମର୍ଥନ । ନିର୍ବାଚନ ହାରିନୁ , ଜିତିଛୁ ବୋଲି କହିଛନ୍ତି ତେଜସ୍ୱୀ ଯାଦବ ।

ନୀତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି ତେଜସ୍ୱୀ । କହିଛନ୍ତି, ଛଳନା ଓ କପଟର ସରକାର ଗଢାଯାଇଛି । କ୍ଷମତା ପ୍ରତି ନୀତିଶ କୁମାରଙ୍କ ଲୋଭ ରହିଛି । ଗୁପ୍ତ ଦ୍ୱାର ଦେଇ ସରକାରକୁ ଆସିଛି ବିଜେପି । ନିର୍ବାଚନରେ ଏନଡିଏକୁ ମିଳିଛି ୩୭.୩ ପ୍ରତିଶତ ଓ ମହାମେଂଟକୁ ମିଳିଛି ୩୭.୨ ପ୍ରତିଶତ ଭୋଟ । ମହାମେଂଟର ପ୍ରାୟ ୨୦ ପ୍ରାର୍ଥୀ ଅଳ୍ପ ଭୋଟ ବ୍ୟବଧାନରେ ହାରିଥିବାରୁ ପୁନଃ ଭୋଟ ଗଣତି କରିବାକୁ ତେଜସ୍ୱୀ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe