କନକ ବ୍ୟୁରୋ : ବିହାର ନିର୍ବାଚନ ଫଳାଫଳ ପରେ ଆରଜେଡି ବିଧାୟକ ଦଳର ବୈଠକ । ବୈଠକ ପରେ ବିହାରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ତେଜସ୍ୱୀ ଯାଦବ । କହିଲେ, ମହାଗଠବନ୍ଧନ ସପକ୍ଷରେ ଜନତାଙ୍କ ସମର୍ଥନ । ନିର୍ବାଚନ ହାରିନୁ , ଜିତିଛୁ ବୋଲି କହିଛନ୍ତି ତେଜସ୍ୱୀ ଯାଦବ ।
ନୀତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି ତେଜସ୍ୱୀ । କହିଛନ୍ତି, ଛଳନା ଓ କପଟର ସରକାର ଗଢାଯାଇଛି । କ୍ଷମତା ପ୍ରତି ନୀତିଶ କୁମାରଙ୍କ ଲୋଭ ରହିଛି । ଗୁପ୍ତ ଦ୍ୱାର ଦେଇ ସରକାରକୁ ଆସିଛି ବିଜେପି । ନିର୍ବାଚନରେ ଏନଡିଏକୁ ମିଳିଛି ୩୭.୩ ପ୍ରତିଶତ ଓ ମହାମେଂଟକୁ ମିଳିଛି ୩୭.୨ ପ୍ରତିଶତ ଭୋଟ । ମହାମେଂଟର ପ୍ରାୟ ୨୦ ପ୍ରାର୍ଥୀ ଅଳ୍ପ ଭୋଟ ବ୍ୟବଧାନରେ ହାରିଥିବାରୁ ପୁନଃ ଭୋଟ ଗଣତି କରିବାକୁ ତେଜସ୍ୱୀ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/37-6.jpg)