ଛାଡପତ୍ର ପାଇଁ ଆବେଦନ କଲେ ତେଜପ୍ରତାପ ! ୬ ମାସ ତଳେ ହୋଇଥିଲା ବିବାହ ।

333

ଲାଲୁ ପ୍ରସାଦ ଯାଦବଙ୍କ ବଡପୁଅ ତେଜପ୍ରତାପ ଯାଦବ ଚଳିତ ମେ ମାସ ୧୨ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବିହାର ପୂର୍ବ ମୁଖ୍ୟମନ୍ତ୍ରୀ ଦାରୋଗା ପ୍ରସାଦ ରାୟଙ୍କ ନାତୁଣୀ ଐଶ୍ୱର‌୍ୟ୍ୟା ରାୟଙ୍କ ସହ ସେ ବିବାହ କରିଥିଲେ । କିନ୍ତୁ ବିବାହର ୬ ମାସ ପରେ ହିଁ ସେ ଛାଡପତ୍ର ପାଇଁ ସେ ପାଟଣାର ଫ୍ୟାମିଲି କୋର୍ଟରେ ଅପିଲ୍ କରିଛନ୍ତି । ତେଜପ୍ରତାପ ନିଜ ବିବାହକୁ ନେଇ ଖୁସି ଥିଲେ କିନ୍ତୁ ଶୁଣିବାକୁ ମିଳୁଛି ସେ କୌଣସି ତାନ୍ତ୍ରିକ ବାବାଙ୍କ କହିବାନୁସାରେ ଐଶ୍ୱର‌୍ୟ୍ୟା ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ସୁତ୍ର ଅନୁସାରେ ବିବାହର ୧୫ ଦିନ ପରେ ହିଁ ପାରିବାରିକ କନ୍ଦଳ ଆରମ୍ଭ ହୋଇଯାଇଥିଲା । ଐଶ୍ୱର‌୍ୟ୍ୟାଙ୍କ ଦୁଇ ଭାଇଭଉଣୀଙ୍କ ମଧ୍ୟରେ ଜଣେ ଇଞ୍ଜିନିୟର ଏବଂ ଜଣେ ଓକିଲ ଅଛନ୍ତି । ଅନ୍ୟପକ୍ଷରେ ତେଜପ୍ରତାପ ୨୦୧୫ ରେ ବିଧାୟକ ପଦ ଜିତି ପାଟଣାର ବିଧାୟକ ଆସନରେ ରହି ବିହାରର ସ୍ୱାସ୍ଥ୍ୟମନ୍ତ୍ରୀ ପଦରେ ରହିଛନ୍ତି । କିନ୍ତୁ ବିଧାୟକ ପଦରେ ରହିବା ପରେ ମଧ୍ୟ ସେ ଧାର୍ମିକ ଗତିବିଧିକୁ ଅନୁସରଣ କରୁଛନ୍ତି ଏବଂ ଏନେଇ ସୋସିଆଲ୍ ମିଡିଆରେ ମଧ୍ୟ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । କେବେ କୃଷ୍ଣ ବେଶଧରୀ ସେ ବୃନ୍ଦାବନ ଚାଲି ଯାଉଛନ୍ତି ତ ଆଉ କେତେବେଳେ ଶିବଙ୍କ ବେଶ ଧରୀ ବାବା ବୈଦ୍ୟନାଥଙ୍କ ରାସ୍ତାରେ ଫଟୋ ଉଠାଇ ସୋସିଆଲ୍ ସାଇଟରେ ପୋଷ୍ଟ କରନ୍ତି । ଦୁଇଦିନ ପୂର୍ବେ ସେ ବୃନ୍ଦାବନର ବିହାର ବନରେ ବିଚରଣ କରୁଥିବାର ନଜର ଆସିଥିଲେ । ବୃନ୍ଦାବନରେ ରହିବା ସମୟରେ ସେ ଗାଇ ଚରାଇବା ସହ ମୟୁରମୁକୁଟ ମୁଣ୍ଡରେ ଲଗାଇ ଫଟୋ ଉଠାଇଥିଲେ ଏବଂ ଏହି ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ ।