ମହିଳା ସଂରକ୍ଷଣ ଆଇନକୁ ନେଇ ଆରଜେଡି ନେତାଙ୍କ ବିବାଦୀୟ ବୟାନ । ସମାଲୋଚନା ପରେ କ୍ଷମା ମାଗିଲେ ଅବଦୁଲ ବାରୀ ସିଦ୍ଦିକି

92

କନକ ବ୍ୟୁରୋ : ଆଇନରେ ପରିଣତ ହେଲା ମହିଳା ସଂରକ୍ଷଣ ବିଲ । ଯାହାକୁ ନେଇ ସାରା ଦେଶରେ ବେଶ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଏହି ଗୁରୁତ୍ୱପୂର୍ଣ୍ଣ ଆଇନକୁ ଗୋଟେ ପଟେ ବେଶ ଚର୍ଚ୍ଚା ଚାଲିଥିବାବେଳେ ବର୍ତମାନ ଆରଜେଡି ନେତା ଏମିତି କିଛି ବୟାନ ଦେଇଛନ୍ତି ଯାହାକୁ ନେଇ  ବିବାଦ ଆରମ୍ଭ ହୋଇଛି । ଆରଜେଡି ନେତା ଅବଦୁଲ ବାରିକ ସିଦିକି କହିଛନ୍ତି ଯେଉଁ ମହିଳାମାନେ ଲିପଷ୍ଟିକ ଲଗାନ୍ତି ଓ ଛୋଟ କେଶବିନ୍ୟାସ କରନ୍ତି ସେମାନେ ସଂରକ୍ଷଣ କ୍ଷେତ୍ରରେ ଆଗରେ ରହିବେ କିନ୍ତୁ ପଛରେ ପଡିଯିବେ ପଛୁଆବର୍ଗର ମହିଳା ।  ଯଦି ସରକାର ପ୍ରକୃତରେ  ସଂରକ୍ଷଣ ଦେବାକୁ ଚାହୁଁଛନ୍ତି ତେବେ ପଛୁଆବର୍ଗ ଓ ଅଳ୍ପସଂଖ୍ୟକଙ୍କ ମଧ୍ୟ ଦିଅନ୍ତୁ । ନଚେତ ଏହି ମହିଳା ସଂରକ୍ଷଣ ବିଲ୍ କେବଳ ଆଧୁନିକ ମହିଳାଙ୍କ ଭିତରେ ସୀମିତ ରହିଯିବ । ସବୁଠୁ ଆଶ୍ଚଯ୍ୟର କଥା ହେଉଛି ଦଳୀୟକର୍ମୀଙ୍କୁ ଟିଭି ଓ ସୋସିଆଲ ମିିଡିଆଠୁ ଦୂରେଇ ରହିବାକୁ ପ୍ରତିଜ୍ଞା କରାଇଛନ୍ତି ଏହି ଆରଜେଡି ନେତା ।