ବିବାଦ ଘେରରେ ଆରଜେଡିର ବରିଷ୍ଠ ନେତା : କହିଲେ, “ଭାରତ ମାତାକି ଜୟ” କହିବାରେ କୌଣସି ଅସୁବିଧା ନାହିଁ, କିନ୍ତୁ “ବନ୍ଦେ ମାତରମ୍” ଗାଇପାରିବି ନାହିଁ

277

ବିବାଦ ଘେରରେ ଆରଜେଡିର ବରିଷ୍ଠ ନେତା ଓ ବିହାରର ପୂର୍ବତନ ମନ୍ତ୍ରୀ ଅବଦୁଲ ବାରୀ ସିଦ୍ଦିକୀ । ସେ କହିଛନ୍ତି କି “ଭାରତ ମାତାକି ଜୟ” କହିବାରେ କୌଣସି ଅସୁବିଧା ନାହିଁ କିନ୍ତୁ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଗାଇବା ତାଙ୍କର ଆସ୍ଥା ବିରୁଦ୍ଧରେ । ସିଦ୍ଦିକୀ କହିଛନ୍ତି କି, “ଯିଏ ଏକେଶ୍ୱରରେ ବିଶ୍ୱାସ ରଖେ, ସେ କେବେ ବି ‘ବନ୍ଦେ ମାତରମ୍’ ଗାଇବନି ।” ତାଙ୍କୁ ଭାରତ ମାତା କି ଜୟ ନାରା ଲଗାଇବାରେ କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତି ।

ଦରଭଙ୍ଗା ଲୋକସଭା ସିଟରୁ ନିର୍ବାଚନ ଲଢୁଥିବା ସିଦ୍ଦିକୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କୁ ସାର୍ବଜନିକ ଭାବେ ନିନ୍ଦା କରିବାକୁ ଚ୍ୟାଲେଂଜ ବି ଦେଇଥିଲେ । ସେ ଗୋଡସେଙ୍କୁ ଦେଶର ‘ପ୍ରଥମ ଆତଙ୍କବାଦୀ’ କହିଥିଲେ । ଆରଜେଡି ନେତା ଗୋଡସେଙ୍କୁ ଆରଏସଏସ ସହିତ କଥିତ ସମ୍ବନ୍ଧରେ କହିଛନ୍ତି, “ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଦେଶର ପ୍ରଥମ ଆତଙ୍କବାଦୀ ଥିଲେ । କ’ଣ ମୋଦି ସାର୍ବଜନିକ ରୂପେ ଗୋଡସେକୁ ନିନ୍ଦା କରିବେ ?”