ଜେଲରେ ରିୟାଙ୍କ କଟିଲା ପ୍ରଥମ ରାତି : ରାତ୍ରି ଭୋଜନରେ ଖାଇଲେ ଭାତ, ଡାଲି ଓ ରୁଟି; ଆଜି ସ୍ପେଶାଲ କୋର୍ଟରେ ଜାମିନ ନେଇ ହେବ ଶୁଣାଣି, ଡ୍ରଗ୍ସ କାରବାର ମାମଲାରେ ମଙ୍ଗଳବାରଦିନ ଗିରଫ ହୋଇଥିଲେ ସୁଶାନ୍ତଙ୍କ ବାନ୍ଧବୀ

1,429

କନକ ବ୍ୟୁରୋ : ଡ୍ରଗ୍ସ କାରବାର ମାମଲାରେ ନାରକୋଟିକ୍ସ ବ୍ୟୁରୋ ଦ୍ୱାରା ଗିରଫ ହୋଇଥିବା ରିୟା ଚକ୍ରବର୍ତିଙ୍କର ମୁମ୍ୱାଇର ଭାଇଖଲା ଜେଲ ହାଜତରେ କଟିଛି ପ୍ରଥମ ରାତି । ସୂଚନା ଅନୁସାରେ ଜେଲ ଭିତରେ ସିନାବୋରା ହତ୍ୟାକାଣ୍ଡରେ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସେଲ୍ ର ପାଖରେ ରହିଛି ରିୟାଙ୍କ ଜେଲ୍ କୋଠରୀ । ରିୟାଙ୍କୁ ଏବେ ଭାଇଖଲା ଜେଲ୍ ର ସର୍କଲ ୧ରେ ରଖାଯାଇଛି । ଏହି କୋଠରୀର ତିନି ପଟ କାନ୍ଥ ରହିଛି । ସାମ୍ନା ପଟରେ ଲୁହାର ଗ୍ରିଲ ରହିଛି । ପ୍ରଥମ ଦିନ ରାତିରେ ରିୟା ଜେଲ ହାଜତରେ ପହଁଚିଲେ ତାଙ୍କୁ ସାଧାରଣ ବାରାକରେ ରଖାଯାଇଥିଲା । ସୁରକ୍ଷା କାରଣରୁ ତାଙ୍କୁ ସର୍କଲ ୧ କୁ ସ୍ଥାନାନ୍ତର କରିଦିଆ ଯାଇଛି । ବୁଧବାର ସଂଧ୍ୟାରେ ରିୟାଙ୍କୁ ରାତ୍ରି ଭୋଜନରେ ୨ଟି ରୋଟି, ତରକାରୀ ଓ ଭାତ ଖାଇ ବାକୁ ଦିଆଯାଇଥିଲା । ଗତକାଲି ସଂଧ୍ୟା ୬ଟାରେ ତାଙ୍କୁ ଖାଇବାକୁ ଦିଆଯାଇଥିଲା ।

ଆଜି ସକାଳ ପ୍ରାୟ ୧୦ଟାରେ ତାଙ୍କୁ ସକାଳ ଜଳଖିଆ ଦିଆଯିବ ବୋଲି ଜେଲ୍ ପକ୍ଷରୁ ସୂଚନା ମିଳିଛି । ଡ୍ରଗ୍ସ କାରବାର ମାମଲାରେ ରିୟାଙ୍କୁ ଗତ ୮ ତାରିଖରେ ଗିରଫ କରିଥିଲା ନାରକୋଟିକ୍ସ ବ୍ୟୁରୋ । କୋର୍ଟରେ ଜାମିନ୍ ନାମଂଜୁର ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ମାମଲାରେ ଆଜି ରିୟା ଚକ୍ରବର୍ତି ଓ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତିଙ୍କର ଜାମିନ୍ ନେଇ ସ୍ପେଶାଲ କୋର୍ଟରେ ହେବ ଶୁଣାଣି ।