ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ନେଇ ଆଜି ପୁଣି ରିୟାଙ୍କୁ ଚାଲିଛି ଜେରା । ସୌଭିକ- ମିରାଣ୍ଡା ଓ ଦୀପେଶଙ୍କୁ ବସାଇ ସାମନା ସାମନି ଚାଲିଛି ପଚରାଉଚରା : ଆଜି ଗିରଫ ହୋଇପାରନ୍ତି ରିୟା

287

କନକ ବ୍ୟୁରୋ : ରିୟାଙ୍କୁ ଆଜି ପୁଣି ଜେରା କରୁଛି ଏନସିବି । ଭାଇ ସୌଭିକ, ସାମୁଏଲ ମିରାଣ୍ଡ , ଦୀପେଶ ଓ ରିୟାଙ୍କୁ ସାମନା ସାମନି ବସାଇ ଜେରା କରୁଛି ଏନସିବି । ରିୟାଙ୍କୁ ଡ୍ରଗ୍ସ କାରବାର ଓ ବ୍ୟବହାର ନେଇ ତାଙ୍କଠାରୁ ଏନସିବିର ବରିଷ୍ଠ ଅଧିକାରୀ ଆଦାୟ କରିବେ ଉତର । ଗତକାଲି ରିୟା ଚକ୍ରବର୍ତିଙ୍କୁ ୬ ଘଂଟା ଜେରା କରିଥିଲା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଏହି ଜେରା ବେଳେ ରିୟାଙ୍କୁ ଏନସିବି ଅଧିକାରୀ ବହୁ ଗୁରୁତ୍ୱପୂୂର୍ଣ୍ଣ ପ୍ରଶ୍ନ ପଚାରିିଥିବା ସୂଚନା ମିଳିଛି ।

ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ଏନସିବି ଅଧିକାରୀ କରିଥିବା ପ୍ରଶ୍ନ ଗୁଡିକ ହେଉଛି, ସୁଶାନ୍ତ ରାଜପୁତ ଡ୍ରଗ୍ସ ନେଉଥିଲେ କି? ଆପଣ ବି ଡ୍ରଗ୍ସ ସେବନ କରନ୍ତି କି ? କିଏ ଆପଣଙ୍କ ପାଖରେ ଡ୍ରଗ୍ସ ପହଂଚାଉଥିଲେ? ସପ୍ଲାୟର ପାଖକୁ ଯାଇ କିଏ ଡ୍ରଗ୍ସ ଆଣୁଥିଲେ? କେବେ ଆପଣ ସୁଶାନ୍ତ ସିଂ ରାଜପୁତଙ୍କୁ ଡ୍ରଗ୍ସ ନେବା ପାଇଁ ବାଧ୍ୟ କରିଛନ୍ତି କି? ସୁଶାନ୍ତ କେବେ ଡ୍ରଗ୍ସର ଓଭରଡୋଜ ନେଇଛନ୍ତି କି ? ଯଦି ହଁ, ତେବେ ଆପଣ ତାଙ୍କୁ ଅଟକାଇଛନ୍ତି କି ? ଯଦି ସୁଶାନ୍ତ ଡ୍ରଗ୍ସ ନେଉଥିଲେ, ତାଙ୍କ ପରିବାରକୁ ଏସଂପର୍କରେ କେବେ ଜଣାଇଛନ୍ତି କି? ଯଦି ସୁଶାନ୍ତ ଡ୍ରଗ୍ସ ନେଉଥିଲେ, ଏହି ଅଭ୍ୟାସ କେବେଠୁ ଆରମ୍ଭ ହୋଇଥିଲା ?

ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ଯୋଡି ହେବା ପରେ ତତ୍ପର ହୋଇଛି ଏନସିବି । ଅନ୍ୟପଟେ ଆଜି ଏହି ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି ଏନସିବି । ଅନୁଜ କେଶୱାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହା ପୂର୍ବରୁ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତି, ବନ୍ଧୁ ସାମୁଏଲ ମିରାଣ୍ଡା ଓ ସୁଶାନ୍ତଙ୍କ ରୋଷେୟା ଦିପେଶ ସାୱନ୍ତଙ୍କୁ ଗିରଫ କରିଛି ଏନସିବି ।