ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ନେଇ ଆଜି ପୁଣି ରିୟାଙ୍କୁ ଚାଲିଛି ଜେରା : ସୌଭିକ- ମିରାଣ୍ଡା ଓ ଦୀପେଶଙ୍କୁ ବସାଇ ସାମନା ସାମନି ଚାଲିଛି ପଚରାଉଚରା ; ଆଜି ଗିରଫ ହୋଇପାରନ୍ତି ରିୟା
କନକ ବ୍ୟୁରୋ : ରିୟାଙ୍କୁ ଆଜି ପୁଣି ଜେରା କରୁଛି ଏନସିବି । ଭାଇ ସୌଭିକ, ସାମୁଏଲ ମିରାଣ୍ଡ , ଦୀପେଶ ଓ ରିୟାଙ୍କୁ ସାମନା ସାମନି ବସାଇ ଜେରା କରୁଛି ଏନସିବି । ରିୟାଙ୍କୁ ଡ୍ରଗ୍ସ କାରବାର ଓ ବ୍ୟବହାର ନେଇ ତାଙ୍କଠାରୁ ଏନସିବିର ବରିଷ୍ଠ ଅଧିକାରୀ ଆଦାୟ କରିବେ ଉତର । ଗତକାଲି ରିୟା ଚକ୍ରବର୍ତିଙ୍କୁ ୬ ଘଂଟା ଜେରା କରିଥିଲା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଏହି ଜେରା ବେଳେ ରିୟାଙ୍କୁ ଏନସିବି ଅଧିକାରୀ ବହୁ ଗୁରୁତ୍ୱପୂୂର୍ଣ୍ଣ ପ୍ରଶ୍ନ ପଚାରିିଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ଏନସିବି ଅଧିକାରୀ କରିଥିବା ପ୍ରଶ୍ନ ଗୁଡିକ ହେଉଛି, ସୁଶାନ୍ତ ରାଜପୁତ ଡ୍ରଗ୍ସ ନେଉଥିଲେ କି? ଆପଣ ବି ଡ୍ରଗ୍ସ ସେବନ କରନ୍ତି କି ? କିଏ ଆପଣଙ୍କ ପାଖରେ ଡ୍ରଗ୍ସ ପହଂଚାଉଥିଲେ? ସପ୍ଲାୟର ପାଖକୁ ଯାଇ କିଏ ଡ୍ରଗ୍ସ ଆଣୁଥିଲେ? କେବେ ଆପଣ ସୁଶାନ୍ତ ସିଂ ରାଜପୁତଙ୍କୁ ଡ୍ରଗ୍ସ ନେବା ପାଇଁ ବାଧ୍ୟ କରିଛନ୍ତି କି?
Kanak News is now on WhatsApp
Join and get latest news updates delivered to you via WhatsApp
ସୁଶାନ୍ତ କେବେ ଡ୍ରଗ୍ସର ଓଭରଡୋଜ ନେଇଛନ୍ତି କି ? ଯଦି ହଁ, ତେବେ ଆପଣ ତାଙ୍କୁ ଅଟକାଇଛନ୍ତି କି ? ଯଦି ସୁଶାନ୍ତ ଡ୍ରଗ୍ସ ନେଉଥିଲେ, ତାଙ୍କ ପରିବାରକୁ ଏସଂପର୍କରେ କେବେ ଜଣାଇଛନ୍ତି କି? ଯଦି ସୁଶାନ୍ତ ଡ୍ରଗ୍ସ ନେଉଥିଲେ, ଏହି ଅଭ୍ୟାସ କେବେଠୁ ଆରମ୍ଭ ହୋଇଥିଲା ? . . .ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ଯୋଡି ହେବା ପରେ ତତ୍ପର ହୋଇଛି ଏନସିବି । ଅନ୍ୟପଟେ ଆଜି ଏହି ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି ଏନସିବି । ଅନୁଜ କେଶୱାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହା ପୂର୍ବରୁ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତି, ବନ୍ଧୁ ସାମୁଏଲ ମିରାଣ୍ଡା ଓ ସୁଶାନ୍ତଙ୍କ ରୋଷେୟା ଦିପେଶ ସାୱନ୍ତଙ୍କୁ ଗିରଫ କରିଛି ଏନସିବି ।