ସୁଶାନ୍ତ ସିଂ ମୃତ୍ୟୁ ମାମଲା : ଡ୍ରଗ୍ସ କାରବାରରେ ରିଆ ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଲିଙ୍କ୍ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା; ହ୍ୱାଟସଆପ୍ ଚାଟରୁ ସ୍ପଷ୍ଟ ହେଲା ଚିତ୍ର

17,398
କନକ ବ୍ୟୁରୋ : ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ମାମଲାରେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ଛନ୍ଦି ହୋଇପଡିଥିବା ରିୟା ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଲିଙ୍କ୍ ସାମ୍ନାକୁ ଆସିଛି ।  ତାଙ୍କର କିଛି ହ୍ୱାଟ୍ସଆପ୍ ଚାଟକୁ ନେଇ ଚର୍ଚ୍ଚା ଜୋର ଧରିଛି ।  ବ୍ୟବସାୟୀ ସିମୋନ ଖମ୍ବାଟା  ସହ ଏହି ଚାଟିଂ  ଗତ ମାର୍ଚ ୧୬ ତାରିଖରେ  ବୋଲି ଜଣାପଡିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।  ସଂପୃକ୍ତ ଗଣମାଧ୍ୟମର ରିପୋର୍ଟ ଅନୁସାରେ,  ସିମୋନ ପ୍ରଥମେ  ରିୟାଙ୍କୁ ଏକ ଅଡିଓ  ଫାଇଲ ପଠାଇଥିଲେ ।  ରିୟା ଏହାର ଉତରରେ  ଇଂରଜୀରେ ଲେଖିଥିଲେ,  ଡ୍ୟୁଡ, ଭୁବନେଶ୍ୱର ଇଜ ଇନ ଦ ସିନ ବୋଲି  କହିଥିଲେ ।  ଏହାର ଅର୍ଥ ହେଲା ଭୁବନେଶ୍ୱରରେ ଏଣିକି ସବୁ କିଛି ଘଟୁଛି ।  ଉତରରେ  ସିମୋନ  ପଚାରିଥିଲେ,  ଆର ୟୁ ଇନ ଭୁବନେଶ୍ୱର । ଅର୍ଥାତ ତୁମେ ଭୁବନେଶ୍ୱରରେ ଅଛ କି ।  ରିୟା ଏହାର ଉତର ଦେଇଥିଲେ ୟେସ । ଅର୍ଥାତ ହଁ ।  ଯଦି ଏହି ମେସେଜ ସତ ହୋଇଥାଏ
ତାହାହେଲେ ରିୟା କାହିଁକି ଭୁବନେଶ୍ୱର ଆସିଥିଲେ । ଆଉ ଯଦି ଆସିଥିଲେ କାହା ପାଖକୁ ଆସୁଥିଲେ । କାହା ପାଖକୁ ଆସିଥିଲେ ।  ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ସୃଷ୍ଟି ହୋଇଛି । ତେବେ ଏ ନେଇ  ସିବିଆଇ ଓ ଇଡିକୁ କୌଣସି  ସୂଚନା ଦିଆଯାଇନାହିଁ । ତେବେ ରିୟାଙ୍କ  ମୋବାଇଲରୁ  ଡିଲିଟ ହୋଇଥିବା  ହ୍ୱାଟ୍ସଆପ ମେସେଜରୁ  ନିଶା କାରବାର ନେଇ  କେତେକ ତଥ୍ୟ ମିଳିବା ପରେ  ନାର୍କୋଟିକ କଂଟ୍ରୋଲ  ବାୁରୋ ମାମଲା ରୁଜୁ କରିଛି ।