୨୨ ତାରିଖ ଯାଏଁ ଜେଲରେ ରହିବେ ରିୟା ଚକ୍ରବର୍ତ୍ତୀ : ଡ୍ରଗ୍ସ ମାମଲାରେ ସୁଶାନ୍ତ ବାନ୍ଧବୀଙ୍କ ଜାମିନ ଆବେଦନକୁ ଖାରଜ କଲେ ମୁମ୍ବାଇ କୋର୍ଟ; ଭାଇ ସୌଭିକଙ୍କୁ ମିଳିଲାନି ବେଲ୍, ଆଜି ବମ୍ବେ ହାଇକୋର୍ଟରେ କରିବେ ଅପିଲ
କନକ ବ୍ୟୁରୋ : ସୁଶାନ୍ତ ସିଂ ରାଜପୁତଙ୍କ ବାନ୍ଧବୀ ରିୟା ଚକ୍ରବର୍ତିଙ୍କୁ ଆଉ ଏକ ଝଟକା । ଖାରଜ ହେଲା ଜାମିନ୍ ଆବେଦନ । ଆଜି ସ୍ପେଶାଲ କୋର୍ଟରେ ହୋଇଥିବା ଶୁଣାଣିରେ କୋର୍ଟ ରିୟା ଚକ୍ରବର୍ତିଙ୍କ ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି । ଫଳରେ ଏବେ ରିୟା ଚକ୍ରବର୍ତି ଆସନ୍ତା ସେପ୍ଟେମ୍ୱର ୨୨ ତାରିଖ ଯାଏଁ ଜେଲ ହାଜତରେ ରହିବେ ଏହା ସ୍ପଷ୍ଟ ହୋଇଯାଇଛି । ଏବେ ତାଙ୍କୁ ଜେଲ ହାଜତରୁ ମିଳିବନି ନିସ୍ତାର । ଗତ ୮ ତାରିଖରେ ରିୟାଙ୍କୁ ଡ୍ରଗ୍ସ କାରବାର ମାମଲାରେ ନାରକୋଟିକ୍ସ ବ୍ୟୁରୋ ଗିରଫ କରିଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ରିୟାଙ୍କ ସହିତ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତି ମଧ୍ୟ ଗିରଫ ହୋଇ ଏବେ ମୁମ୍ୱାଇର ଭାଇକାଲ ଜେଲରେ ଅଛନ୍ତି । ଏନସିବିର ଜେରା ସମୟରେ ସୌଭିକ ଚକ୍ରବର୍ତିଙ୍କ ଜରିଆରେ ସେ ଡ୍ରଗ୍ସ ମଗାଉଥିବା କଥା ସାମ୍ନାକୁ ଆସିଥିଲା । ଏହି ଘଟଣା ପରେ ଏନସିବି ତାଙ୍କୁ ୩ ଦିନ ମାରାଥନ୍ ଜେରା କରିବା ପରେ ଗିରଫ କରିଥିଲା ।