ଡ୍ରଗ୍ସ ଲିଙ୍କରେ ଗିରଫ ରିୟା ଚକ୍ରବର୍ତ୍ତୀଙ୍କୁ ବେଲ ନା ହେବ ଜେଲ : ଆଜି ଏନେଇ ଶୁଣାଣି କରିବେ ବମ୍ବେ ହାଇକୋର୍ଟ

166

କନକ ବ୍ୟୁରୋ : ବଲିଉଡ ଡ୍ରଗ୍ସ ଲିଙ୍କରେ ଗିରଫ ସୁଶାନ୍ତ ସିଂଙ୍କ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତୀଙ୍କର କଣ ହେବ । ଜେଲରେ ରହିବେ ନା ବେଲ ମିଳିବ । ଆଜି ଏନେଇ ଶୁଣାଣି କରିବେ ବମ୍ବେ ହାଇକୋର୍ଟ । ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ରିଆ ଓ ତାଙ୍କ ଭାଇ ସୌଭିକଙ୍କ ଜାମିନ ଶୁଣାଣି ଆଜି ବମ୍ବେ ହାଇକୋର୍ଟରେ ହେବ । ଡ୍ରଗ୍ସ କାରବାରରେ ତାଙ୍କର ସଂପୃକ୍ତି ଜଣାପଡିବା ପରେ ସେପ୍ଟେମ୍ବର ୮ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା । ଜାମିନ ଖାରଜ ହେବାପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା ।

ଗତକାଲି ଏହି ମିଆଦ ଶେଷ ହେବାପରେ ପୁଣି ଅକ୍ଟୋବର ୬ ତାରିଖ ଯାଏଁ ବିଚାର ବିଭାଗୀୟ ମିଆଦ ବୃଦ୍ଧି କରାଯାଇଛି । ଏନସିବିର ପଚରା ଉଚରା ବେଳେ ଉଭୟ ରିଆ ଓ ସୌଭିକ ସ୍ୱୀକାର କରିଛନ୍ତି ଯେ, ସୁଶାନ୍ତଙ୍କ ପାଇଁ ସେମାନେ ଡ୍ରଗ୍ସ କିଣୁଥିଲେ । ତେବେ ସୁଶାନ୍ତଙ୍କ ଜୀବନରେ ଆସିବା ପୂର୍ବରୁ ରିଆ ନିଜେ ଡ୍ରଗ୍ସ ନେଉଥିବା କହିଛନ୍ତି । କିନ୍ତୁ ଏହାର ପାଶ୍ୱର୍ପ୍ରତିକ୍ରିୟାକୁ ଦେଖି ଧିରେଧିରେ ଦୂରେଇ ଯାଇଥିଲେ । କେଦାରନାଥ ଫିଲ୍ମର ସୁଟିଂବେଳେ ସୁଶାନ୍ତ ଡ୍ରଗ୍ସ ନେଉଥିବା ସେମାନେ ଏନସିବିକୁ ସୂଚନା ଦେଇଛନ୍ତି ।

ଏପରିକି ରିଆଙ୍କର କିଛି ହ୍ୱାଟ୍ସଆପ ଚାଟକୁ ରି-ଟ୍ରିଭ କରିବା ପରେ, ଡ୍ରଗ୍ସ କାରବାରରେ ସଂପୃକ୍ତ ବଲିଉଡର କିଛି ବଡବଡ ଚେହେରାଙ୍କ ବାବଦରେ ଏନସିବି ହାତରେ ସୁରାଗ ଲାଗିଛି । ଏହାକୁ ଛନଭିନ କରି ଏନସିବି ତାର ତଦନ୍ତ ଆଗକୁ ବଢାଉଛି । ରିଆଙ୍କ ବୟାନ ଆଧାରରେ ଏମାନଙ୍କୁ ସମନ କରିବା ପାଇଁ ପ୍ରସ୍ତୁତି କରୁଛି । ତେଣୁ ରିଆଙ୍କ ଜାମିନକୁ ବମ୍ବେ ହାଇକୋର୍ଟରେ ବିରୋଧ କରିବ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ