ସୁଶାନ୍ତ ସିଂ ରାଜପୁତ ମାମଲାରେ ସିବିଆଇରେ ହାଜର ହେଲେ ରିୟା ଚକ୍ରବର୍ତ୍ତୀ : ଡିଆରଡିଓ ଗେଷ୍ଟ ହାଉସରେ ଚାଲିଛି ପଚରାଉଚରା; ଗତକାଲି ରିୟାଙ୍କ ଭାଇଙ୍କୁ ୧୪ ଘଂଟା ଧରି ହୋଇଥିଲା ଜେରା

270

କନକ ବୁରୋ : ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲା । ସିବିଆଇ ତଦନ୍ତର ଆଜି ଅଷ୍ଟମ ଦିନ । ଘଟଣାର ମୁଖ୍ୟ ଅଭିଯୁକ୍ତ ରିୟାଚକ୍ରବର୍ତ୍ତୀଙ୍କୁ ଆଜି ଜେରା କରିବ ସିବିଆଇ । ଏଥିପାଇଁ ମୁମ୍ୱାଇର ଡିଆରଡିଓ ଗେଷ୍ଟ ହାଉସରେ ପହଁଚିଛନ୍ତି ରିୟା ଚକ୍ରବର୍ତି । ଏବେ ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାକୁ ନେଇ ସିବିଆଇର ସମସ୍ତ ପ୍ରଶ୍ନବାଣର ସମ୍ମୁଖୀନ ହେବେ ରିୟା । ଗୁରୁବାର ଇଣ୍ଡିଆ ଟୁଡେ ଗ୍ରୁପକୁ ରିୟା ଚକ୍ରବର୍ତି ସାକ୍ଷାତକାର ଦେଇ ସୁଶାନ୍ତଙ୍କ ସହିତ ତାଙ୍କର ସଂପର୍କ ବିଷୟରେ କହିବା ପରେ ସାରା ଦେଶରେ ଏହାକୁ ନେଇ ଜୋରଦାର ଚର୍ଚା ହୋଇଥିଲା ।

ଗତକାଲି ସିବିଆଇ ଅଧିକାରୀ ରିୟା ଚକ୍ରବର୍ତିଙ୍କ ଭାଇ ସୌଭିକ୍ ଚକ୍ରବର୍ତିଙ୍କୁ ପଚରାଉଚରା କରିଥିଲା । ସୌଭିକଙ୍କୁ ପ୍ରାୟ ୧୪ ଘଂଟା ଧରି ଜେରା ହୋଇଥିଲା । ସେପଟେ ରିୟାଙ୍କ ବାପା ଇନ୍ଦ୍ରଜିତ୍ ଚକ୍ରବର୍ତିଙ୍କୁ ଇଡି କରିଥିଲା ପଚରାଉଚରା ।