ତୃତୀୟ ଦିନରେ ଜେରା ବେଳେ ଡ୍ରଗ୍ସ ନେଉଥିବା ସ୍ୱୀକାର କଲେ ରିୟା ଚକ୍ରବର୍ତ୍ତୀ : ନିଶା କାରବାର ହେଉଥିବା ବଲିଉଡ ପାର୍ଟିର ଦେଲେ ସୂଚନା; ୨୫ ବଲିଉଡ କଳାକାରଙ୍କୁ ସମନ ପାଇଁ ଏନସିବିର ତାଲିକା ପ୍ରସ୍ତୁତ

4,788

କନକ ବ୍ୟୁରୋ : ଆଜି ତୃତୀୟ ଦିନରେ ଏନସିବିରେ ହାଜର ହୋଇଛନ୍ତି ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତି । ରବିବାର ଓ ସୋମବାର ଦୁଇ ଦିନ ଧରି ରିୟାଙ୍କୁ ଡ୍ରଗ୍ସ ଲିଙ୍କ ନେଇ ପଚରାଉଚରା କରାଯାଇଥିଲା । ଆଜି ଜେରା ବେଳେ ସେ ଡ୍ରଗ୍ସ ନେଉଥିବା କଥା ସ୍ୱୀକାର କରିଛନ୍ତି । ଏପରିକି ଯେଉଁ ବଲିଉଡ ପାର୍ଟିରେ ନିଶାକାରବାର ହେଉଥିଲା ଜେରା ବେଳେ ତାହା ମଧ୍ୟ ସୂଚନା ଦେଇଛନ୍ତି ।

ଏହା ସହ ୨୫ ବଲିଉଡ କଳାକାରଙ୍କ ଏନସିବି ତାଲିକା ପ୍ରସ୍ତୁତ କରିଛି । ସେମାନଙ୍କୁ ସମନ କରାଯିବ । ସୁଶାନ୍ତଙ୍କ ସାଥୀ କଳାକାରଙ୍କୁ ବି ସମାନ କରାଯିବ । ଆଜି ଭାଇ ସୌଭିକଙ୍କୁ ବସାଇ ରିୟାଙ୍କୁ ସାମନା ସାମନି ଜେରା ପରେ ଏନସିବି ଏହି ତାଲିକା ପ୍ରସ୍ତୁତ କରିଛି ।

Comments are closed.