କନକ ବ୍ୟୁରୋ : ଆଜି ତୃତୀୟ ଦିନରେ ଏନସିବିରେ ହାଜର ହୋଇଛନ୍ତି ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତି । ରବିବାର ଓ ସୋମବାର ଦୁଇ ଦିନ ଧରି ରିୟାଙ୍କୁ ଡ୍ରଗ୍ସ ଲିଙ୍କ ନେଇ ପଚରାଉଚରା କରାଯାଇଥିଲା । ଆଜି ଜେରା ବେଳେ ସେ ଡ୍ରଗ୍ସ ନେଉଥିବା କଥା ସ୍ୱୀକାର କରିଛନ୍ତି । ଏପରିକି ଯେଉଁ ବଲିଉଡ ପାର୍ଟିରେ ନିଶାକାରବାର ହେଉଥିଲା ଜେରା ବେଳେ ତାହା ମଧ୍ୟ ସୂଚନା ଦେଇଛନ୍ତି ।
ଏହା ସହ ୨୫ ବଲିଉଡ କଳାକାରଙ୍କ ଏନସିବି ତାଲିକା ପ୍ରସ୍ତୁତ କରିଛି । ସେମାନଙ୍କୁ ସମନ କରାଯିବ । ସୁଶାନ୍ତଙ୍କ ସାଥୀ କଳାକାରଙ୍କୁ ବି ସମାନ କରାଯିବ । ଆଜି ଭାଇ ସୌଭିକଙ୍କୁ ବସାଇ ରିୟାଙ୍କୁ ସାମନା ସାମନି ଜେରା ପରେ ଏନସିବି ଏହି ତାଲିକା ପ୍ରସ୍ତୁତ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/20-6.jpg)