ଲଗାଣ ବର୍ଷା ବଢାଇଲା ବନ୍ୟା ଆଶଙ୍କା : ଫୁଲୁଛି ବ୍ରାହ୍ମଣୀ, ବୈତରଣୀ, ଜଳକା ସମେତ ପ୍ରମୁଖ ନଦୀ

୧୩ ନଦୀରେ ବଢୁଛି ଜଳସ୍ତର, ନରାଜ ନିକଟରେ ମହାନଦୀ ବିପଦ ସଙ୍କେତ ଉପରେ

221

କନକ ବ୍ୟୁରୋ : ଆଭ୍ୟନ୍ତର ଓଡ଼ିଶାରେ ପ୍ରବଳ ବର୍ଷା ପରେ ଫୁଲିଛି ୧୩ଟି ନଈ । ମଥାନୀ ଠାରେ ଜଳାକା ନଦୀ ବିପଦ ସଂକେତ ଉପରେ ପ୍ରଭାବିତ ହେଉଥିବା ବେଳେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବାଂଶଧାରା, ରୁଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମଥାନୀ ଠାରେ ଜଳକା ନଦୀର ଜଳସ୍ତର ୫ ଦଶମିକ ୭ମିଟର ଥିବା ବେଳେ ଏଠାରେ ବିପଦ ସଂକେତ ରହିଛି ୫ ଦଶମିକ ୫ ମିଟର । ନରାଜରେ ବିପଦ ସଂକେତ ୨୬.୪୧ ମିଟର ଥିବାବେଳେ ରାତି ୯ଟା ସୁଦ୍ଧା ଜଳସ୍ତର ରହିଛି ୨୨.୪୭ ମିଟର । ବ୍ରାହ୍ମଣୀ ନଦୀର ଜଳ ସ୍ତର ଜେନାପୁରରେ ୧୯.୭୫ ମିଟର ରହିଛି, ସେଠାରେ ବିପଦ ସଂକେତ ରହିଛି ୨୩ ମିଟର ।

ତେବେ ବୈତରଣୀ ନଦୀ ବି ଫୁଲିବାରେ ଲାଗିଛି । ଆଖୁଆପଦାଠାରେ ଜଳସ୍ତର ରହିଛି ୧୭.୪୧ ମିଟର । ଏଠାରେ ବିପଦ ସଂକେତ ରହିଛି ୧୭.୮୩ ମିଟର । ଜାମସୋଳାଘାଟ ଠାରେ ସୁବର୍ଣ୍ଣରେଖାର ଜଳସ୍ତର ସାମାନ୍ୟ କମି ୪୬.୪୪ ମିଟର ରହିଛି । ଏଠାରେ ବିପଦ ସଂକେତ ୪୯.୧୫ ମିଟର । କାଶୀନଗର ଠାରେ ବାଂଶଧାରା ନଦୀର ବିପଦ ସଂକେତ ୫୪.୬୦ ମିଟର ରହିଥିବା ବେଳେ ୫୩.୬୪ ମିଟର ରହିଛି ଜଳସ୍ତର । ଏଠାରେ ଜଳ ସ୍ତର ବଢ଼ିବାରେ ଲାଗିଛି । ବୁଢ଼ାବଳଙ୍ଗ ନଦୀରେ ମଧ୍ୟ ଜଳସ୍ତର ଫୁଲିବାରେ ଲାଗିିଛି । ଇବ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ସୁନ୍ଦରଗଡ଼ଠାରେ ବିପଦ ସଂକେତ ୨୨୨ ମିଟର ରହିଥିବା ବେଳେ ୨୧୭.୨୮ ମିଟରରେ ପହଁଚି ଯାଇଛି ଜଳସ୍ତର । ସେପଟେ ବର୍ଷା ବିତ୍ପାତରେ ରାଜ୍ୟରେ କେତେ ହୋଇଛି କ୍ଷୟକ୍ଷତି ଆସିଲା ପ୍ରାରମ୍ଭିକ ରିପୋର୍ଟ । ୫୩ ବ୍ଲକରେ ପଡିଛି ପ୍ରଭାବ, ଭାଙ୍ଗିଛି ୨୬୫ ଘର । ମୋଟ ୧୧ ଜିଲ୍ଲା ପ୍ରଭାବିତ ହୋଇଛି ।

ଅପରପକ୍ଷେ ସୋମବାର ସଂଧ୍ୟା ସୁଦ୍ଧା ବ୍ରାହ୍ମଣୀ ନଦୀରେ ପାନପୋଷ ଠାରେ ଜଳସ୍ତର ୧୭୩.୧୦ ମିଟର ଥିବାବେଳେ ଏଠାରେ ବିପଦ ସଂକେତ ୧୭୮.୪୨ମିଟର ରହିଛି । ସୁନ୍ଦରଗଡ଼ରେ ଇବ୍‌ ନଦୀର ବିପଦ ସଂକେତ ୨୨୨ମିଟର ଥିବାବେଳେ ଏଠାରେ ଜଳ ପ୍ରବାହ ୨୧୭.୨୮ମିଟର, ଇନ୍ଦୁପୁର‌େର ବ୍ରାହ୍ମଣୀର ବିପଦ ସଂକେତ ୩୧୧.୧୦ମିଟର ଥିବାବେଳେ ଏବେ ୩୦୬.୪୧ମିଟରରେ, ଆନନ୍ଦପୁରରେ ବୈତରଣୀର ବିପଦସଂକେତ ୩୮.୩୬ମିଟର ଥିବାବେଳେ ଜଳ ପ୍ରବାହ ୩୪.୫୯ ମିଟର, ସ୍ବମପାଟଣାରେ ବୈତରଣୀର ବିପଦସଂକେତ ୩୧୧.୧୦ମିଟର ଥିବାବେଳେ ୩୦୬.୪୦ମିଟରରେ ଜଳ ପ୍ରବାହ ହେଉଛି ।

ସେହିପରି ଏନ୍‌ଏଚ୍‌-୫ରେ ବୁଢ଼ାବଳଙ୍ଗର ବିପଦସଂକେତ ୮.୧୩ମିଟର ଥିବାବେଳେ ଏଠାରେ ଏବେ ଜଳପ୍ରବାହ ୫.୧୨ମିଟର ରହିଛି । ଜାମଶୋଲାଘାଟରେ ସୁବର୍ଣ୍ଣରେଖାର ବିପଦସଂକେତ ୪୯.୧୫ମିଟର ଥିବାବେଳେ ଜଳପ୍ରବାହ ୪୬.୪୪ମିଟର ରହିଛି, ଗୁଣୁପୁରରେ ବଂଶଧାରାର ବିପଦସଂକେତ ୮୪ମିଟର ଥିବାବେଳେ ଜଳପ୍ରବାହ ୮୧.୭୦ ମିଟର, ସୋରଡାରେ ଋଷିକୂଲ୍ୟାର ବିପଦସଂକେତ ୮୪ମିଟର ଥିବାବେଳେ ୭୮.୩୫ମିଟରରେ ଜଳପ୍ରବାହ, ପୁରୁଷୋତ୍ତମପୁରରେ ବିପଦସଂକେତ ୧୬.୮୩ମିଟର ଥିବାବେଳେ ୧୩.୫୦ମିଟରରେ ଜଳପ୍ରବାହ, ମଥାନିରେ ଜଳକା ନଦୀର ବିପଦ ସଂକେତ ୫.୫୦ମିଟର ଥିବାବେଳେ ଏଠାରେ ବିପଦସଂକେତ ଉପରେ ୫.୭୦ମିଟରରେ ଜଳ ପ୍ରବାହ ହେଉଛି । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ଜାରି ରହିଥିବାରୁ ଆଗକୁ ସ୍ଥିତି ସଙ୍ଗିନ୍ ହେବାର ଆଶଙ୍କା ସୃଷ୍ଟି ହୋଇଛି ।