କନକ ବ୍ୟୁରୋ : କେନ୍ଦ୍ରାପଡା ରାଜନଗର ବ୍ଲକ ଘଡିଆମାଳ ପଂଚାୟତର ପଂଚୁପଲ୍ଲୀ ଓ ଜୁଣଗଡି ଗାଁର ଦୁଇ ପଟେ ରହିଛି ୨ଟି ନଈ। ଗାଁର ପଶ୍ଚିମ ପଟରେ ବ୍ରାହ୍ମଣୀ ଏବଂ ପୂର୍ବପଟେ ଅଛି ପାଟ୍ଟଶାଳା ନଦୀ। ଜୁଣଗଡି ନିକଟରେ ରାଜନଗର-ତାଳଚୁଆ ମୁଖ୍ୟ ରାସ୍ତାକୁ ଗର୍ଭସ୍ଥ କରିଚାଲିଛି ପାଟ୍ଟଶାଳା ନଦୀ। ସେପଟେ ବ୍ରାହ୍ମଣୀ ପୁରୁଣା ବନ୍ଧକୁ ଗିଳିବା ପରେ ନୂଆ ବନ୍ଧ ଆଡ଼କୁ ମୁହାଁଇଛି। ଜୁଆର ସମୟରେ ପାଣି ବନ୍ଧ ଡେଇଁ ଗାଁରେ ପଶୁଥିବାରୁ ଗ୍ରାମବାସୀଙ୍କୁ କୁମ୍ଭର ଭୟ ଘାରିଛି ।
ଆକାଶରେ ବର୍ଷା ଓ ନଦୀ ବନ୍ଧର ଦୃଶ୍ୟକୁ ଦେଖିଲେ, ନଈ କୂଳିଆ ଲୋକଙ୍କ ନିଦ ହଜିଯାଉଛି। ରାଜନଗରର ଘଡିଆମାଳ ପଞ୍ଚାୟତ ସମେତ ଚାନ୍ଦିବାଉଁଶମୂଳ ଓ ବ୍ରାହ୍ମଣସାହି ପଂଚାୟତର ବହୁ ଗାଁ ଏବେ ବିପଦ ମୁହଁରେ। ସେପଟେ ତଟବନ୍ଧ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କା ବ୍ୟୟରେ ହୋଇଥିବା ପଥର ପ୍ୟାକିଂ ନଦୀଗର୍ଭକୁ ଚାଲିଗଲାଣି।
ବର୍ଷା ବଢିବା ଆଗରୁ ଦୁର୍ବଳ ନଦୀବନ୍ଧର ସ୍ଥାୟୀ ମରାମତି ପାଇଁ ଦାବି ହୋଇଛି। ତ୍ୱରିତ ପଦକ୍ଷେପ ନେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/1-32.jpg)