କନକ ବ୍ୟୁରୋ : ଟେଲି ଜଗତରୁ ଆସିଛି ଦୁଃଖଦ ଖବର । ଲୋକପ୍ରିୟ ଟେଲି ଅଭିନେତା ଋତୁରାଜ ସିଂଙ୍କର ୫୯ ବର୍ଷ ବୟସରେ ପରଲୋକ ହୋଇଛି । ଲୋକପ୍ରିୟ ଟେଲି ସିରିଏଲ ଅନୁପମାରେ ନଜର ଆସୁଥିଲେ ଋତୁରାଜ । ହଠାତ୍ ଋତୁରାଜଙ୍କ ମୃତ୍ୟୁକୁ ନେଇ ଟେଲି ଜଗତରେ ଶୋକର ଛାୟା ଖେଳିଯାଇଛି ।
ଋତୁରାଜ ବିଭିନ୍ନ ଟିଭି ସିରିଏଲରେ କାମ କରୁଥିବା ବେଳେ ନିଜର ଅଭିନୟ ଦ୍ୱାରା ଲୋକଙ୍କ ମନ ଜିଣିଥିଲେ । ୧୯ ଫେବ୍ରୁଆରୀରେ ଋତୁରାଜ ହୃଦଘାତର ଶିକାର ହୋଇଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବେଶ କିଛି ଦିନ ହେବ ଋତୁରାଜ ଅସୁସ୍ଥ ଥିଲେ । କେବଳ ଟେଲି ଜଗତରେ ନୁହେଁ ବରଂ ଫିଲ୍ମ ଓ ୱେବସିରିଜରେ ନିଜ ଅଭିନୟର ଛାପ ଛାଡିଥିଲେ ଋତୁରାଜ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/25-21.jpg)