ମା’ ଚର୍ଚିକାଙ୍କ ଶକ୍ତିପୀଠ : ଷୋଳ ଦିନ ଭିନ୍ନଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି ମା’

95

କନକ ବ୍ୟୁରୋ : ଶରତ ଋତୁର ଆଗମନରେ କାଶତଣ୍ଡି ଫୁଲର ମହକରେ ଧରାବତରଣ କରିଛନ୍ତି ମା’ ଜଗତ ଜନନୀ । ମା’ଙ୍କ ଆଗମନରେ ଚଳଚଂଚଳ ହୋଇପଡିଛି ଓଡିଶାର ସମସ୍ତ ଶକ୍ତିପୀଠ । ବାଙ୍କିର ମା’ ଚର୍ଚିକାଙ୍କ ଶକ୍ତିପୀଠ ମୂଳାଷ୍ଟମୀ ଠାରୁ ଶୋଡଷ ଉପଚାରରେ ପୂଜାର୍ଚ୍ଚନା କରାଯାଉଛି । ମହାଷ୍ଟମୀ ପର୍ଯ୍ୟନ୍ତ ମା’ଙ୍କର ଷୋଡଶ ରୀତିନୀତି କରାଯାଏ । ଏହି ଷୋଳ ଦିନ ପର୍ଯ୍ୟନ୍ତ ଭିନ୍ନଭିନ୍ନ ବେଶରେ ମା’ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି ।

ପ୍ରତହ୍ୟ ଭୋର ୪ ଟା ସମୟରୁ ମହାନଦୀରୁ ୧୦୮ କଳସରେ ପାଣି ଅଣାଯାଇ ମା’ଙ୍କୁ ମାଜଣା କରାଯିବା ପରେ ସକାଳ ଧୂପ ଲାଗି କରିଥାନ୍ତି ପୂଜକ । ମା ଚର୍ଚିକାଙ୍କ ପାଖରେ ଆମିଷ ଭୋଗ ଲାଗି କରାଯିବାର ସ୍ୱତନ୍ତ ପରମ୍ପରା ରହିଛି । କରୋନା କାଳରେ ମନ୍ଦିରରେ ଭିଡ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ମନ୍ଦିରରେ ବେଶି ସମୟ ରହିବାର ଅନୁମତି ନଥିବାରୁ ଶ୍ରଦ୍ଧାଳୁମାନେ ଏଲଡି ସହାଯ୍ୟରେ ମନ୍ଦିର ବାହାରେ ରହି ମା’ଙ୍କ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି ।