ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଆଜିଠୁ ୩ଦିନ ଧରି ଚାଲିବ ଯଜ୍ଞ ।

93

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ । ଅଙ୍କୁର ପୂଜନ, ମଣ୍ଡଳ ସ୍ଥାପନ ହୋଇସାରିଥିବା ବେଳେ ଆଜିଠୁ ୩ଦିନ ଧରି ଚାଲିବ ଯଜ୍ଞ । ସ୍ରୋତୀୟ ବ୍ରାହ୍ମଣଙ୍କ ମନ୍ତ୍ରୋଚାରଣରେ ମୁଖରିତ ହେବ ଗଗନ ପବନ । ଅଖଣ୍ଡ ଦୀପ ସ୍ଥାପନ ପରେ ଅପରାହ୍ନ ୩ଟାରେ ଶ୍ରୀମନ୍ଦିର ରୋଷଶାଳାରୁ ଅଗ୍ନି ଅଣାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯିବ । ଯଜ୍ଞ ସାଙ୍ଗକୁ ଶ୍ରୀମନ୍ଦିର ଚାରିଦ୍ୱାରରେ ୬୦ଜଶ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ବେଦପାଠ କରାଯିବ । ଏଥିପାଇଁ ସ୍ୱତନ୍ତ୍ର ମଣ୍ଡପ ପ୍ରସ୍ତୁତ କରାଯାଇଛି, ସିଂହଦ୍ୱାରରେ ଋକବେଦ, ପଶ୍ଚିମଦ୍ୱାରରେ ସାମବେଦ, ଉତରଦ୍ୱାରରେ ଅଥର୍ବବେଦ ଏବଂ ଦକ୍ଷିଣ ଦ୍ୱାରରେ ଯଦୁର୍ବେଦ ପାଠ କରାଯିବ ।

ଅନ୍ୟପଟେ ଶ୍ରୀମାର୍ଗ ଏବଂ ଶ୍ରୀସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ଆଜି ଏହା ଉପରେ ଟ୍ରାଏଲ ରନ କରାଯିବ । ୧୭ ଜାନୁଆରୀରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୁରୀ ପୋଲିସ ।