ସ୍ୱାଭାବିକ ହେଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ୩ ଦିନ ଉପାସ ରହିବା ପରେ ଲାଗି ହେଲା ଭୋଗ ।

110

କନକ ବ୍ୟୁରୋ: ଆରମ୍ଭ ହେଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି । ୩ ଦିନ ଉପାସ ରହିବା ପରେ ଆଜି ଲାଗି ହେଲା ଭୋଗ । ଟ୍ରଷ୍ଟ ବୋର୍ଡରୁ ପୂଜାପଣ୍ଡା ନିଯୋଗ ଓ ବ୍ରାହ୍ମଣ ନିଯୋଗ ଇସ୍ତଫା ଦେବା ପରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି ।

ଜମି ବିବାଦ ତଥା ସେବା ପାଇଁ ସେବାୟତଙ୍କୁ ଦିଆଯାଇଥିବା ଜମି ଉପରେ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଦୁଇ ସେବାୟକ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଫଳରେ ଶ୍ରୀଲିଙ୍ଗରାଜଙ୍କ ନୀତି ବନ୍ଦ କରିଦେଇଥିଲେ ସେବାୟତ । ଆଜି ଏହା ସ୍ୱାଭାବିକ ହୋଇଛି ।