କନକ ବ୍ୟୁରୋ : ଆସନ୍ତା ୨୩ ତାରିଖରେ ଅକ୍ଷୟ ତୃତୀୟା । ସେହିଦିନ ମହାପ୍ରଭୁଙ୍କ ପ୍ରସିଦ୍ଧ ବାହାର ଚନ୍ଦନଯାତ୍ରାର ଶୁଭାରମ୍ଭ ହେବ । ୨୧ ଦିନ ଧରି ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ନୌକାବିହାର କରିବେ । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ତେବେ ଆଜି ଚୈତ୍ର ପୂର୍ଣ୍ଣିମା ଅବସରରେ ଭୋଇ ସେବକ ମାନେ ଚାପ ଉଠାଇବେ ।

Advertisment

ଗତବର୍ଷ ଯାତ୍ରା ପରେ ନରେନ୍ଦ୍ର ଜଳରେ ବୁଡ଼ି ରହିଥିବା ନୌକା ନନ୍ଦା-ଭଦ୍ରାକୁ ବାହାରକୁ କଢ଼ାଯାଇ ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତି କରାଯାଉଛି । ୨ଟି ଲେଖାଏଁ ନୌକାକୁ ଯୋଡ଼ି ନନ୍ଦା-ଭଦ୍ରା ପ୍ରସ୍ତୁତ କରାଯାଏ । ସେଥିଲେ ନୌଯାତ୍ରା କରିଥାନ୍ତି ମହାପ୍ରଭୁ । ଚୈତ୍ର ପୂର୍ଣ୍ଣିମାରେ ନରେନ୍ଦ୍ର ଜଳରୁ ନନ୍ଦା-ଭଦ୍ରା ସମେତ ୫ଟି ଡଙ୍ଗାକୁ ବାହାରକୁ ଅଣାଯାଏ । ପରେ ବିଶ୍ୱକର୍ମା ଓ ଚିତ୍ରକର ସେବକ ମାନଙ୍କ ସହାୟତାରେ ଡଙ୍ଗା ପ୍ରସ୍ତୁତ ହୋଇ ଠାକୁରଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ ।