କନକ ବ୍ୟୁରୋ: ଆସନ୍ତା ୨୭ ତାରିଖରେ ସମ୍ବଲପୁର ସମଲେଇ ମନ୍ଦିର ବିକାଶ ପାଇଁ ହୋଇଥିବା ସମଲେଇ ପ୍ରକଳ୍ପର ଲୋକାର୍ପଣ କରାଯିବ । ଏହାର ହୋମ ଯଞ୍ଜ ସକାଶେ ସୋମବାର ଅଙ୍କୁରରୋପଣ କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ସମଲେଇ ମନ୍ଦିର ଟ୍ରଡବୋର୍ଡ ସଭାପତି ସଂଜୟ ବାବୁ କର୍ତ୍ତା ଦାୟିତ୍ୱ ତୁଲାଇ ଅଙ୍କୁରରୋପଣ କାର୍ଯ୍ୟକ୍ରମ କରିଛନ୍ତି । ୨୬ ତାରିଖରେ ଅଧିବାସ ତଥା କଳସଯାତ୍ରା କରାଯିବାକୁ ଥିବାବେଳେ ୨୭ ତାରିଖ ଦିନ ହୋମ ଯଜ୍ଞ କରାଯାଇ ଲୋକାର୍ପଣ କରାଯିବ । ଏଥିରେ ୧୨ଟି ଜିଲ୍ଲାର ପଣ୍ଡିତ ଓ ବିଦ୍ୱାନ ଯୋଗଦେବେ । ୪ଟି ଗେଟ୍ ବା ଦ୍ୱାରରେ ହୋମଯଜ୍ଞ କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି ।