ବଲିଉଡ ତାରକା ରିତେଶ ଦେଶମୁଖ ଓ ଜେନେଲିଆଙ୍କ ଘରକୁ ଜନ୍ମ ନେଇଛି ନୂଆ ଅତିଥି । ଯାହାକୁ ନେଇ ଏବେ ବି’ଟାଉନରେ ଚର୍ଚ୍ଚା । ଟ୍ୱୁଟରରେ ଟ୍ୱୁଟି କରିଛନ୍ତି ରିତେଶ ତାଙ୍କ ସାନ ପୁଅର ଫଟୋ । ଜେନେଲିଆଙ୍କ ବଡ ପୁଅକୁ ଏବେ ଦେଢ ବର୍ଷ । ରିତେଶ୍ ଟ୍ୱୁଟରରେ ନିଜ ଫ୍ୟାନମାନଙ୍କୁ ଜେନେଲିଆ ଓ ସାନ ପୁଅର ସ୍ୱାସ୍ଥ୍ୟ ବିଷୟରେ ସନ୍ଦେଶ ଦେଇଛନ୍ତି ।
ରିତେଶ ନିଜ ଫ୍ୟାନ୍ ମାନଙ୍କ ପାଇଁ ସେୟାର୍ କରିଛନ୍ତି ଏହି ଫଟୋ । ଯେଉଁ ଫଟୋରେ ପୂରା ପରିବାର ସହ ଅଛନ୍ତି ରିତେଶ । ସାନ ପୁଅ ଓ ଜେନେଲିଆ ମଧ୍ୟ ଅଛନ୍ତି ସାଥିରେ । ଫଟୋଟିକୁ ଦେଖୁଛନ୍ତି ଅଧିକରୁ ଅଧିକ ରିତେଶ ଫ୍ୟାନ । ଜଣାଇଛନ୍ତି ଶୁଭକାମନା । ଫ୍ୟାନ୍ ମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତିି ରିତେଶ । ୨୦୦୩ ମସିହାରୁ ଡେଟିଙ୍ଗ୍ କରୁଥିବା ରିତେଶ-ଜେନେଲିଆ ଯୋଡି ୨୦୧୨ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ୨୦୦୩ରେ ‘ତୁଝେ ମେରି କସମ୍’ଫିଲ୍ମ ଜରିଆରେ ରିତେଶ ପାଦ ରଖିଥିଲେ ଫିଲ୍ମ ଦୁନିଆରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/06/riteish-genelia-baby_650x400_41465022541.jpg)