କନକ ବ୍ୟୁରୋ: ଓୟୋର ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ପିତା ରମେଶ ଅଗ୍ରଓ୍ବାଲଙ୍କର ମୃତ୍ୟୁ ହୋଇଛି । ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟରୁ ଖସି ତାଙ୍କ ପିତା ରମେଶ ଅଗ୍ରଓ୍ବାଲଙ୍କର ମୃତ୍ୟୁ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ପୁଲିସ ଏକ ବୟାନ ଜାରି କରିବାର ସମ୍ଭାବନା ରହିଛି । ଏହି ଆପାର୍ଟମେଣ୍ଟରେ ରମେଶ ଅଗ୍ରଓ୍ବାଲ ନିଜ ପତ୍ନୀଙ୍କ ସହ ରହୁଥିଲେ । ତେବେ ରିତେଶ ଏହି ଆପାର୍ଟମେଣ୍ଟରେ ରହନ୍ତି ନାହିଁ ।
ତାଙ୍କ ମୃତ୍ୟୁ ସଂପର୍କରେ ରିତେଶ ଏକ ବୟାନ ଜାରି କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ପିତା, ଯିଏକି ତାଙ୍କ ପ୍ରଥପ୍ରଦର୍ଶକ ଥିଲେ, ମାର୍ଚ୍ଚ ୧୦ ତାରିଖରେ ମୃତ୍ୟୁବରଣ କରିଛନ୍ତି । ସେ ଏକ ସଂପୂର୍ଣ୍ଣ ଜୀବନ ବଞ୍ଚିଥିଲେ ଓ ସମସ୍ତଙ୍କୁ ଅନୁପ୍ରାଣିତ କରିଥିଲେ । ତାଙ୍କର ମୃତ୍ୟୁ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି । ଏହି ଦୁଃଖର ଘଡ଼ିରେ ସମସ୍ତେ ତାଙ୍କ ପରିବାରର ଗୋପନୀୟତାକୁ ସମ୍ମାନ ଦେବାକୁ ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/ritesh-agrawal.jpg)