ମୋଦିଙ୍କ ଉପରେ ବର୍ଷିଲେ ରିତେଶ ଦେଶମୁଖ । କହିଲେ, ଦେଶ ଚଳାଇବା ପାଇଁ ୫୬ ଇଞ୍ଚ ଛାତିର ନୁହେଁ ବରଂ ଭଲ ହୃଦୟର ଆବଶ୍ୟକତା ରହିଛି । ଭିଡିଓ ହେଲା ଭାଇରାଲ

1,130

ବଲିଉଡ ଅଭିନେତା ରିତେଶ ଦେଶମୁଖ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ନିର୍ବାଚନ ସମୟରେ ରୀତେଶ ଦେଶମୁଖଙ୍କ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି ଯାହା ତାଙ୍କୁ ଚର୍ଚ୍ଚାର ଘେରକୁ ଟାଣି ଆଣିଛି । ମହାରାଷ୍ଟ୍ରର ଲାତୁରରେ ଏକ ସଭାରେ ରୀତେଶ କହିଥିଲେ, ଦେଶ ଚଳାଇବା ପାଇଁ ୫୬ ଇଞ୍ଚ ଛାତିର ଆବଶ୍ୟକତା ନାହିଁ ବରଂ ଏକ ଭଲ ହୃଦୟ ଆବଶ୍ୟକ ।


ରିତେଶ ବିଜେପି ସରକାରକୁ ଟାର୍ଗେଟ କରିବା ସହ କହିଛନ୍ତି, ଆଜି ଲୋକମାନେ ଯେଉଁ ମୋବାଇଲ ଧରୁଛନ୍ତି ତାହା କେବଳ କଂଗ୍ରେସ ପାଇଁ । ଏପରିକି ଲୋକଙ୍କ ପାଖରେ କମ୍ପ୍ୟୁଟର ପହଞ୍ଚିବାର ଶ୍ରେୟ ମଧ୍ୟ କଂଗ୍ରେସକୁ ଦେଇଛନ୍ତି ରିତେଶ ।ଏପରିକି ଦେଶର ସ୍ୱାଧୀନତା ପଛରେ ମଧ୍ୟ କଂଗ୍ରେସର ପ୍ରମୁଖ ଭୂମିକା ରହିଛି । ତାଙ୍କ କହିବା ଅନୁଯାୟୀ, ଦେଶର ଭାଗ୍ୟ ଓ ଭବିଷ୍ୟ ୫୬ ଇଞ୍ଚ  ଛାତି ବଦଳାଇପାରିବ ନାହିଁ ।

ରୀତେଶ ହେଉଛନ୍ତି, ମହାରାଷ୍ଟ୍ରର ଦୁଇଥର ମୁଖ୍ୟମନ୍ତ୍ରୀ ରହିଥିବା ସ୍ୱର୍ଗତଃ ବିଳାସରାଓ ଦେଶମୁଖଙ୍କ ପୁଅ । ଏହାଛଡା ବଲିଉଡର ଜଣାଶୁଣା ଅଭିନେତାଙ୍କ ମଧ୍ୟରେ ରୀତେଶ ନାଁ ସାମ୍ନାକୁ ଆସେ । ଆଉ ଏବେ ରୀତେଶ କଂଗ୍ରେସ ପାଇଁ ପ୍ରଚାର ମଧ୍ୟ କରୁଛନ୍ତି ।