କନକ ବ୍ୟୁରୋ : ବ୍ରହ୍ମପୁର ଶଶିଭୂଷଣ ରଥ ସ୍ୱୟଂଶାସିତ ମହିଳା କଲେଜରେ ରିଲ୍ସ ମନା । କଲେଜର ଚାରି ମହଲା କୋଠା ୫୦ ଫୁଟ ଉପରେ ବିପଜ୍ଜନକ ଭାବେ ଭାବେ ଦୁଇ ଜଣ ଛାତ୍ରୀ ରିଲ୍ସ କରୁଥିବା ଭିଡିଓ ଭାଇରାଲ ହୋଇଥିଲା । କୋଠା ଉପରେ କାନ୍ଥ ଧାରରେ ଠିଆ ହୋଇ ବିଭିନ୍ନ ଅଙ୍ଗଭଙ୍ଗୀ କରୁଥିବା ବେଳେ ଅନ୍ୟ ଜଣେ ଛାତ୍ରୀ ଏହାର ଭିଡିଓ କରିଥିଲେ ।

Advertisment

ଘଟଣା ସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ କଲେଜରେ ରିଲ୍ସ କରିବାକୁ ବାରଣ କରାଯାଇଛି । ବ୍ରହ୍ମପୁର ଏସବିଆର କଲେଜରେ ଗତକାଲି ସ୍ୱାଭାବିକ କ୍ଲାସ ଚାଲିଥିବା ବେଳେ ନୂଆ କୋଠାର ଚାରି ମହଲା ଉପରେ ଦୁଇ ଜଣ ଯୁକ୍ତଦୁଇ ଛାତ୍ରୀଙ୍କୁ ଦେଖିବାକୁ ମିଳିଥିଲା । ରିଲ୍ସ କରିବା ନିଶାରେ ଛାତ୍ରୀମାନେ ଏଭଳି ବାରମ୍ବାର କରୁଥିବା ଅଭିଯୋଗ ହୋଇଛି ।