ଉତ୍ସାହର ସହ ଭୋଟ ଦେଉଛନ୍ତି ପଶ୍ଚିମବଙ୍ଗ ଓ ଆସାମର ଭୋଟର । ଦିନ ଦୁଇଟା ସୁଦ୍ଧା ପଶ୍ଚିମବଙ୍ଗରେ ୫୪ ଓ ଆସାମରେ ୪୫ ପ୍ରତିଶତ ମତଦାନ

107

କନକ ବ୍ୟୁରୋ : ପଶ୍ଚିମବଙ୍ଗ ଓ ଆସାମରେ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି । ପୂର୍ବ ଥର ଅପେକ୍ଷା ଏଥର ଭୋଟରମାନେ ଅତି ଉତ୍ସାହିତ ହୋଇ ଭୋଟକେନ୍ଦ୍ରକୁ ଆସୁଥିବା ଦେଖିବାକୁ ମିଳିଛି । ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ପଶ୍ଚିମବଙ୍ଗରେ ଦିନ ୨ ଟା ସୁଦ୍ଧା ୫୫ ପ୍ରତିଶତ ଓ ଆସାମରେ ୪୫.୨୪ ପ୍ରତିଶତ ମତଦାନ ହୋଇଛି । କିଛି ଛୋଟ ଛୋଟ ହିଂସାକୁ ବାଦ ଦେଲେ ଭୋଟ ଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି ।

କାନ୍ଥି ଠାରେ ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ଉପରେ ଆକ୍ରମଣ ହୋଇଛି । ଏଥିରେ ତାଙ୍କ ଗାଡି କ୍ଷତିଗ୍ରସ୍ଥ ହୋଇଛି ଓ ତାଙ୍କ ଡ୍ରାଇଭର ଆହତ ହୋଇଛନ୍ତି । ଶୁଭେନ୍ଦୁଙ୍କ ଭାଇ ସୌମେନ୍ଦୁ କହିଛନ୍ତି କି ଏହି ଆକ୍ରମଣ ଟିଏମସି ପ୍ରାୟୋଜିତ । ଏହା ପୂର୍ବରୁ ପଶ୍ଚିମ ମେଦିନାପୁର ଜିଲ୍ଲା ଗାରଘେଟା ବିଧାନସଭା କ୍ଷେତ୍ରରେ ସପିଏମ୍ ପ୍ରାର୍ଥୀ ସୁଶାନ୍ତ ଘୋଷଙ୍କ ଉପରେ ଆକ୍ରମଣ ହୋଇଛି ।

ସକାଳେ ମତଦାନ ଆରମ୍ଭ ହେବା ପୁର୍ବରୁ ପୂର୍ବ ମେଦିନାପୁର ଜିଲ୍ଲା ଭଗବାନପୁର ବିଧାନସଭା କ୍ଷେତ୍ରରେ ଗୁଳିକାଣ୍ଡ ହୋଇଥିଲା । ଏଥିରେ ଜଣେ ସୁରକ୍ଷାକର୍ମୀ ଆହାତ ହୋଇଥିବା ସୂଚନା ମିଳିଛି ।