ନଦୀକୁ ଡେଇଁ ଆତ୍ମହତ୍ୟା ; କଟକ କାଠଯୋଡ଼ି ବ୍ରିଜ ଉପରୁ ଡେଇଁଲେ ଯୁବକ, ସେପଟେ ସମ୍ବଲପୁର ମହାନଦୀ ସେତୁ ଉପରୁ ନଦୀକୁ ଡେଇଁ ଜୀବନ ହାରିଲେ ଯୁବକ

ନଦୀକୁ ଡେଇଁ ଆତ୍ମହତ୍ୟା ; କଟକ କାଠଯୋଡ଼ି ବ୍ରିଜ ଉପରୁ ଡେଇଁଲେ ଯୁବକ, ସେପଟେ ସମ୍ବଲପୁର ମହାନଦୀ ସେତୁ ଉପରୁ ନଦୀକୁ ଡେଇଁ ଜୀବନ ହାରିଲେ ଯୁବକ

କନକ ବ୍ୟୁରୋ: ସମ୍ବଲପୁର ମହାନଦୀ ଦ୍ୱିତୀୟ ସେତୁ ଉପରୁ ଜଣେ ବ୍ୟକ୍ତି ଶୁକ୍ରବାର ରାତିରେ ନଦୀକୁ ଡେଇଁପଡିଥିଲେ। ଆଜି ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ସନ୍ତୋଷ ତାଣ୍ଡି ବୋଲି ସୂଚନା ମଳିଛି। ସମ୍ବଲପୁର ମହାନଦୀ ଦ୍ୱିତୀୟ ତଥା ଚାଉଁରପୁର ସେତୁ ଉପରରୁ ଡେଇଁପଡିଥିଲେ ସନ୍ତୋଷ। ତାଙ୍କର ଆନୁମାନିକ ବୟସ ୪୦ରୁ ୫୦ ବର୍ଷ ହେବ ବୋଲି କୁହାଯାଉଛି। ନଦୀକୁ ଡେଇଁବାର କାରଣ ଜଣାପଡିନଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି।

ଅନ୍ୟପଟେ କାଠଯୋଡ଼ି ବ୍ରିଜ ଉପରୁ ଡେଇଁ ଜୀବନ ହାରିଲେ ଯୁବକ । ବାପାଙ୍କ ସହ ଅଟୋରେ ଯାଉଥିବା ବେଳେ ହଠାତ୍ ଗାଡି ରୁ ଓହ୍ଲାଇ ବିଜ ଉପରୁ କାଠଯୋଡ଼ୀ ନଦୀକୁ ଡେଇଁ ପଡ଼ିଛନ୍ତି । ଯୁବକ ଜଣକ କଟକ ଖାନନଗର ଅଞ୍ଚଳର ମନୋଜ ବେହେରା ବୋଲି ଜଣାପଡ଼ିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଉଦ୍ଧାର ଉଦ୍ୟମ କରୁଛି । ଯୁବକଙ୍କ ମାନସିକ ରୋଗ ସମସ୍ୟା ଥିବା ପରିବାର ସୂତ୍ରରୁ ସୂଚନା ମିଳିଛି । ପାରିବାରିକ ବିଶୃଙ୍ଖଳାରୁ ଏଭଳି ଘଟିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe