କନକ ବ୍ୟୁରୋ: ଦ୍ରୁତ ଗତିରେ ବୁଡୁଛି ଚୀନ୍।  ରେକର୍ଡ ସ୍ତରରେ ବଢୁଛି ସମୁଦ୍ର ଜଳ ସ୍ତର । ଗତ କିଛି ବର୍ଷ ହେବ ବୈଜ୍ଞାନିକମାନେ ଚେତାବନୀ ଦେଇଆସୁଛନ୍ତି । ପୃଥିବୀରେ ସମୁଦ୍ର ଜଳସ୍ତର ବଢୁଛି, ଫଳରେ ଛୋଟ ଛୋଟ ଦ୍ୱୀପ ବୁଡିଯିବାର ବିପଦ ଆସୁଛି । ଏହି କ୍ରମରେ ଚୀନ୍ ମଧ୍ୟ ଦ୍ରୁତଗତିରେ ଡୁବିବାରେ ଲାଗିଛି । ଗତବର୍ଷ ସମୁଦ୍ର ଜଳସ୍ତରରେ ରେକର୍ଡ ସ୍ତରରେ ବଢୁଥିବାବେଳେ ବୃଦ୍ଧି ପାଇଛି । ୧୯୮୦ ପରେ ପ୍ରଥମ ଥର ପାଇଁ ସମୁଦ୍ର ଜଳସ୍ତର ୩.୫ ମିଲିମିଟର ବୃଦ୍ଧି ପାଇଛି । ଅନେକ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ପ୍ରତି ଘୋର ବିପଦ ସୃଷ୍ଟି କରିଛି । ଏହି କ୍ରମରେ ଅଛି ଚୀନ ।

Advertisment

ଚୀନର ପ୍ରାକୃତିକ ସମ୍ପଦ ମନ୍ତ୍ରଣାଳୟରେ ମରିନ୍ ଫୋରକାଷ୍ଟିଙ୍ଗ ଓ ମନିଟରିଙ୍ଗ ସେକ୍ସନର ପ୍ରମୁଖ ୱାଙ୍ଗ ହୁଆ ରିପୋର୍ଟ ମୁତାବକ, ଗତବର୍ଷ ସମୁଦ୍ର ଜଳସ୍ତର ୧୯୯୩-୨୦୧୧ ଭିତରେ ଧୀର ଗତିରେ ବଢୁଥିବାବେଳେ ଏବେ ଏହା ବୈଶ୍ୱିକ ସ୍ତରରେ ଆଶାତୀତ ଭାବେ ବୃଦ୍ଧି ପାଇଥିବା ରିପୋର୍ଟରେ କୁହାଯାଇଛି । ଏହା ମଧ୍ୟ କୁହାଯାଇଛି ଯେ, ଗ୍ଲୋବାଲ ୱାର୍ମିଙ୍ଗ କାରଣରୁ ଚୀନର ଉପକୂଳବର୍ତ୍ତୀ ଅଞ୍ଚଳରେ ପାଣିର ତାପମାତ୍ରା ଦ୍ରୁତଗତିରେ ବଢିବାରେ ଲାଗିଛି ।

ଚୀନର ତଟବର୍ତ୍ତୀ ଅଞ୍ଚଳରେ ମୋଟ ୧୪୦ କୋଟି ଜନସଂଖ୍ୟାରୁ ପାଖାପାଖି ୪୫ ପ୍ରତିଶତ ଜନସଂଖ୍ୟା ରହୁଛନ୍ତି । ଦେଶର ଅଧାରୁ ଅଧିକ ଆର୍ଥିକ ଉତ୍ପାଦନ ଏହି ଉପକୂଳବର୍ତ୍ତୀ ଅଞ୍ଚଳରୁ ହୁଏ । ଉପକୂଳରେ ଚୀନର ସାଂଘାଇ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ସହର ରହିଛି, ଯାହା ଦେଶର ସବୁଠୁ ବିକଶିତ ସ୍ଥାନ କିନ୍ତୁ ଜଳସ୍ତର ବଢୁଥିବାରୁ ଏହି ସବୁ ସହର ପ୍ରତି ଏବେ ବିପଦ ସୃଷ୍ଟି ହୋଇଛି ।
ନିକଟରେ ନାସା ମଧ୍ୟ ଏକ ଆକଳନ କରିଛି, ଯେଉଁଥିରୁ ଜଣାପଡିଛି ଯେ, ଗତ ୩୦ ବର୍ଷ ମଧ୍ୟରେ ସମୁଦ୍ର ଜଳସ୍ତର ୯ ସେଣ୍ଟିମିଟର ବଢିଯାଇଛି । ୧୯୯୩ ପରେ ସମୁଦ୍ରରେ ପାଖାପାଖି ୯.୧ ସେଣ୍ଟିମିଟର ଜଳସ୍ତର ବୃଦ୍ଧି ହୋଇଛି । କିଛି ଦିନ ପୂର୍ବରୁ ୱାର୍ଲ୍ଡ ମେଟେରୋଲୋଜିକାଲ ଅର୍ଗାନାଇଜେସନ୍ ମଧ୍ୟ ନିଜ ରିପୋର୍ଟରେ ଚେନାବନୀ ଦେଇଥିଲା ଯେ, ଯଦି ସମୁଦ୍ରର ଜଳସ୍ତର ଲଗାତାର ଏଭଳି ଭାବେ ବଢେ ତେବେ ଭବିଷ୍ୟତରେ ଦୁନିଆଁର ବଡ ବଡ ସହର ସମୁଦ୍ରରେ ଲୀନ ହୋଇଯିବେ । ମୁମ୍ବାଇ, ଶାଙ୍ଘାଇ, ଢାକା, ବ୍ୟାଙ୍ଗକ୍, ଜାକର୍ତ୍ତା, ମାପୁଟୋ, ଲାଗୋସ୍, କାୟରୋ, ଲଣ୍ଡନ୍, କୋନେହ୍ୟାଗନ୍, ନ୍ୟୁୟର୍କ, ଲସ୍ ଆଞ୍ଜେଲ୍ସ, ବ୍ୟୁନୋସ୍ ଏୟର୍ସ ଓ ସାଣ୍ଟିଆଗୋ ଭଳି ସହରକୁ ବିପଦ ରହିଛି ବୋଲି ରିପୋର୍ଟରେ କୁହାଯାଇଥିଲା ।

ଏହି କ୍ରମରେ ଏବେ ଇଣ୍ଡୋନେସିଆ ଆଗରେ ରହିଛି । ଇଣ୍ଡୋନେସିଆର ରାଜଧାନୀ ଥିବା ଜାକର୍ତ୍ତା ସହରର ଅର୍ଦ୍ଧେକ ସମୁଦ୍ର ଜଳରେ ବୁଡିଯାଇଥିବାରୁ ଖୁବଶୀଘ୍ର ଏହାର ରାଜଧାନୀକୁ ସ୍ଥାନାନ୍ତର କରାଯିବ । ୨୦୨୪ରେ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରୁ ବର୍ଣ୍ଣିଓ ଦ୍ୱୀପକୁ ସ୍ଥାନନ୍ତର ହେବା ବୋଲି ଏଠିକାର ସରକାର ଘୋଷଣା କରିଛନ୍ତି ।