ଗରିବ ଓ ମଧ୍ୟବିତଙ୍କୁ ପ୍ରଭାବିତ କରିଛି ଦରବୃଦ୍ଧି: ଗ୍ୟାସ ଦର ବୃଦ୍ଧି ଯୋଗୁଁ ପୁଣି ଚୁଲି ପାଖକୁ ଫେରିଲେଣି ଗୃହିଣୀ

63

କନକ ବ୍ୟୁରୋ: ଅହେତୁକ ଦରଦାମ ବୃଦ୍ଧି ଯୋଗୁଁ ପ୍ରଭାବିତ ଧନୀ ଓ ଗରୀବ । ପେଟ୍ରୋଲ, ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରଭାବ ସିଧାସଳଖ ରୋଷେଇ ଶାଳ ଉପରେ ପଡିଛି । ଆକଶଛୁଆଁ ପରିବା ଦର ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ଲୋକଙ୍କୁ କଲବଲ କରୁଛି । ଯାଜପୁରରେ କିପରି ରହିଛି ଲୋକଙ୍କ ଅବସ୍ଥା ସ୍ଥିତି ପରଖିଛି କନକ ନ୍ୟୁଜ୍ ।

ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ଗୃହିଣୀଙ୍କୁ ପୁଣି ଚୁଲି ପାଖକୁ ଟାଣି ଆଣିଛି । ଗ୍ୟାସ ସରିଗଲେ ଭରିବା ମୁସ୍କିଲ ହୋଇଯିବ, ତେଣୁ କାଠ ଜାଳି ରୋଷେଇ କରୁଛନ୍ତି ମହିଳା । ବେଳେବେଳେ ଗ୍ୟାସ୍ରେ ଟିଏ ଚା’ ବନାଉଛନ୍ତି ।

କେବଳ ଗ୍ୟାସ କି ତେଲ ଦର ନୁହେଁ ବଜାର ଦର ଏବେ କାହିଁରେ କଣ । ଡାଲି, ଖାଇବା ତେଲ, ପରିବା ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ଏବେ ନିୟନ୍ତ୍ରଣ ବାହାରେ । ଯାହା ଦିନ ମଜୁରିଆଙ୍କ ଠାରୁ ଆରମ୍ଭ କରି ମଧ୍ୟବିତଙ୍କୁ ବେଶ ପ୍ରଭାବିତ କରିଛି ।

ଦରଦାମ ବୃଦ୍ଧି ଯୋଗୁଁ ଧର୍ମଶାଳା ଅଂଚଳର ଲୋକଙ୍କ ଚଳଣି ବଦଳି ଯାଇଛି । ପାନ ଦୋକାନୀଙ୍କ ଠାରୁ ଗ୍ରୋସେରୀ ଦୋକାନୀ ଦରବୃଦ୍ଧିକୁ ନେଇ ଚିନ୍ତିତ । ଦର ବୃଦ୍ଧି ଗ୍ରାହକଙ୍କ ପକେଟରେ ମାଡ କରିଥିବା ବେଳେ ଆଶା ଅନୁଯାୟୀ ବ୍ୟବସାୟ ହେଉନାହିଁ ।