ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ପୁଣି ଆଗରେ ଭାରତୀୟ ବଂଶୋଦ୍ଭବ । ତୃତୀୟ ରାଉଣ୍ଡରେ ବି ସବୁଠୁ ଆଗରେ ରିଷି ସୁନକ

113

କନକ ବ୍ୟୁରୋ : ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ପୁଣି ଆଗରେ ଭାରତୀୟ ବଂଶୋଦ୍ଭବ ରିଷି ସୁନକ । ସୋମବାର କନଭରଭେଟିଭ୍ ପାର୍ଟିର ସଦସ୍ୟଙ୍କ ମଧ୍ୟରେ ହୋଇଥିବା ମତଦାନରେ ସୁନକ ଶୀର୍ଷରେ ରହିଛନ୍ତି । ତୃତୀୟ ରାଉଣ୍ଡରେ ସୁନକଙ୍କୁ ୧୧୫ ଭୋଟ୍ ମିଳିଛି । ସୁନକଙ୍କ ବ୍ୟତୀତ ବ୍ୟାପାର ମନ୍ତ୍ରୀ ପେନୀ ମର୍ଡେଂଟ ୮୨ ଭୋଟ୍ ପାଇଥିବା ବେଳେ ବୈଦେଶିକ ସଚିବ ଲିଜ୍ ଟ୍ରସ୍ ୭୧ ଏବଂ କେମି ବେଡେନୋଚ୍ ୫୮ ଭୋଟ୍ ପାଇଛନ୍ତି ।

ସେହିପରି ସବୁଠାରୁ କମ୍ ଭୋଟ୍ ପାଇଥିବା ଟମ୍ ତୁଙ୍ଗେଦତ ପ୍ରଧାନମନ୍ତ୍ରୀ ଦୌଡ଼ରୁ ବାଦ୍ ପଡ଼ିଛନ୍ତି । ଆଜି ହେବାକୁ ଥିବା ପରବର୍ତ୍ତୀ ରାଉଣ୍ଡ ମତଦାନରେ ଆଉ ଜଣେ ଏହି ତାଲିକାରୁ ବାଦ୍ ପଡ଼ିପାରନ୍ତି । ଏହା ପୂର୍ବରୁ ସୁନକ ପ୍ରଥମ ରାଉଣ୍ଡରେ ୮୮ ଭୋଟ ସହ ସବୁଠୁ ଆଗରେ ରହିଥିଲେ । ଭୋଟିଂରେ ଋଷି ସନକଙ୍କୁ ୨୫ ପ୍ରତିଶତ ସାଂସଦଙ୍କ ସମର୍ଥନ ମିଳିଥିଲା । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଋଷି ୧୦୧ ଭୋଟ୍ ପାଇ ସମସ୍ତଙ୍କ ଠାରୁ ଆଗରେ ରହିଥିଲେ ।