The Indian Express
ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ଆଇପିଏସ ଋଷି କୁମାର ଶୁକ୍ଲା । ସେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି । ଦୁଇ ବର୍ଷ ପାଇଁ ସେ ଏହି ପଦରେ ରହିବେ । ଋଷି କୁମାର ଶୁକ୍ଲା ୧୯୮୩ ବ୍ୟାଚ ମଧ୍ୟପ୍ରଦେଶର କ୍ୟାଡରର ଆଇପିଏସ ଅଫିସର । ହାଇଲେବେଲ ଚୟନ କମିଟି ଶୁକ୍ଲାଙ୍କୁ ନୂଆ ନିର୍ଦ୍ଦେଶକ ଭାବେ ମନୋନୀତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ ହାଇଲେବେଲ ଚୟନ କମିଟିରେ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ଓ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ସାମିଲ ଥିଲେ । ଏହା ପୂର୍ବରୁ ଋଷି ଶୁକ୍ଲା ମଧ୍ୟପ୍ରଦେଶ ପୋଲିସ ଡିଜି ଭାବେ କାମ କରୁଥିଲେ । ତେବେ ସିବିଆଇ ମୁଖ୍ୟ ଭାବେ ନିଯୁକ୍ତି ପାଇବା ପରେ ଋଷିଙ୍କ ପାଇଁ ଅନେକ ଚ୍ୟାଲେଂଜ ରହିଛି । ଖାସ କରି ସିବିଆଇରେ ଯେଉଁ ବିବାଦ ଦେଖାଦେଇଥିଲା ଓ ଲୋକଙ୍କ ମନରେ ସିବିଆଇକୁ ନେଇ ପ୍ରଶ୍ନ ଉଠିଥିଲା । ତାହାକୁ ଦୂର କରିବା ଋଷି କୁମାର ଶୁକ୍ଲାଙ୍କ ପାଇଁ ବଡ ଚ୍ୟାଲେଂଜ ଭାବେ ଉଭା ହେବ । ସେହିପରି ପଶ୍ଚମବଙ୍ଗ ବିବାଦ ସମାଧାନ କରିବା ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ।
Follow Us
/kanak/media/post_attachments/wp-content/uploads/2019/02/6c574d22a18e8c2fc49033757a10750a-300x208.jpg)