ଅନେକ ସମୟରେ ନିଜର ବୟାନ ପାଇଁ କେବେ ଚର୍ଚ୍ଚାରେ ତ କେବେ ବିବାଦରେ ରହିଥାନ୍ତି ଅଭିନେତା ଋଷି କପୁର । ପୂର୍ବରୁ ତାଙ୍କର ଅନେକ ଟୁଇଟ୍ ତାଙ୍କୁ ଚର୍ଚ୍ଚାକୁ ଆଣିଥିବା ବେଳେ ଏବେ ସେ ଟିମ୍ ଇଣ୍ଡିଆକୁ ନେଇ ଏକ ଅଜବ ପ୍ରଶ୍ନ କରି ଚର୍ଚ୍ଚାରେ ରହିଛନ୍ତି । ସୂଚନା ମୁତାବକ, ସୋମବାର ବିସିସିଆଇ ୨୦୧୯ ବିଶ୍ୱକପ ପାଇଁ ୧୫ଜଣିଆ ଭାରତୀୟ କ୍ରିକେଟ ଟିମ୍ର ଘୋଷଣା କରିଥିଲେ । ଯାହା ପରେ ବଛା ଯାଇଥିବା ୧୫ଜଣ ଖେଳାଳିଙ୍କ ଫଟୋ ଟୁଇଟ୍ କରି ସେମାନେ ଦାଢ଼ି କାହିଁକି ରଖନ୍ତି ବୋଲି ପ୍ରଶ୍ନ କରିଥିଲେ ଋଷି କପୁର ।
ଫଟୋ ଟୁଇଟ୍ କରି ସେ କହିଛନ୍ତି, “ମୁଁ ଜାଣି ପାରୁନି ଆମ ଭାରତୀୟ ଖେଳାଳିମାନେ ଦାଢ଼ି କ’ଣ ପାଇଁ ରଖନ୍ତି ? କ’ଣ ସମସ୍ତେ ସାମ୍ସନ୍ ? ଏମାନେ ବିନା ଦାଢ଼ିରେ ମଧ୍ୟ ସ୍ମାର୍ଟ ଲାଗନ୍ତି । ଏହା କେବଳ ମୋର ଅବଲୋକନ” ବୋଲି ଲେଖିଥିଲେ ଋଷି କପୁର । ନିଜ ଟୁଇଟ୍ରେ ଋଷି କପୁର ଯେଉଁ ସାମ୍ସନ୍ଙ୍କ ନାଁ ନେଇଛନ୍ତି, ସେ ହେଉଛନ୍ତି ପ୍ରାଚୀନ ଇସ୍ରାଏଲ ଯୋଦ୍ଧା । କୁହାଯାଏ କି ସାମ୍ସନ୍ଙ୍କ ଶକ୍ତି ତାଙ୍କ କେଶରେ ଥିଲା । ଯାହା ପାଇଁ ଥଟ୍ଟାରେ ଋଷି କପୁର ଭାରତୀୟ ଟିମ୍କୁ ସାମ୍ସନ୍ଙ୍କ ସହ ତଳନା କରି ଦେଇଥିଲେ ବୋଲି ଜଣା ପଡ଼ିଛି ।
Follow Us