ଏବେ ଆାଇସିସି ବିଶ୍ୱକପ ଉପରେ ସାରା ବିଶ୍ୱର ନଜର ରହିଛି । କିନ୍ତୁ ବର୍ଷା ହେତୁ ଏହାର ଅନେକ ମ୍ୟାଚ୍କୁ ରଦ୍ଦ କରି ଦିଆଯାଉଛି । ବାରମ୍ବାର ମ୍ୟାଚ୍ ରଦ୍ଦ ହେଉଥିବା ଦେଖି କ୍ରିକେଟ ପ୍ରେମୀ ନିରାଶ ହେଉଛନ୍ତି । ଏହା ସହ ଆଇସିସି ବିଶ୍ୱକପକୁ ଇଂଲଣ୍ଡରେ କରାଯିବାକୁ ନେଇ ଅନେକ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି । ଏହି ସମସ୍ୟାକୁ ନେଇ ଗତକାଲି ବିଗ୍ ବି ଏକ ଟୁଇଟ୍ କରିଥିବା ବେଳେ ତାଙ୍କ ପରେ ଅଭିନେତା ଋଷି କପୁର ଟୁଇଟ୍ କରି ଆଇସିସି ବିଶ୍ୱକପକୁ ଥଟ୍ଟା କରିଛନ୍ତି । ଏକ ଛତାର ଫଟୋ ଟୁଇଟ୍ କରି ନୂଆ ଆଇସିସି ବିଶ୍ୱକପ ଡିଜାଇନ ବୋଲି ଲେଖିଛନ୍ତି ଋଷି । ତାଙ୍କର ଏଭଳି ଟୁଇଟ୍ ପରେ ଲୋକେ ମଧ୍ୟ ତାଙ୍କୁ ସମର୍ଥନ କରିଥିବା ଦେଖା ଯାଇଛି ।
The new ICC Cricket World Cup design. pic.twitter.com/kzIkR8c1Rl
— Rishi Kapoor (@chintskap) June 14, 2019
ସୂଚନା ମୁତାବକ, ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ନ୍ୟୁୟର୍କରେ ଋଷି କପୁର ଚିକିତ୍ସିତ ହେଉଥିବା ବେଳେ ଭାରତରେ ଘଟୁଥିବା ପ୍ରତ୍ୟେକ ଖବର ଉପରେ ତାଙ୍କର ନଜର ରହିଥାଏ । ଟୁଇଟ୍ କରି ସେ ଭାରତ ପାଇଁ ଚିନ୍ତା ଜାହିର କରିବା ସହ ସରକାରଙ୍କୁ ସମାଧାନ କରିବାକୁ ପରାମର୍ଶ ଦେଇଥାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/64308375_2308582692793671_8455486640868032512_n.jpg)