ବଲିଉଡର ବରିଷ୍ଠ ଅଭିନେତା ଋଷି କପୁର୍ ଏବେ ନିଜ କାମରୁ ଛୁଟି ନେଇ କିଛି ଦିନଲାଗି ଆମେରିକା ଯାଇଥିବା କଥା ଜଣାପଡ଼ିଛି । ସେ ସେଠାରେ ଚିକିତ୍ସିତ ହେବାପାଇଁ ଯାଉଥିବାର ସୂଚନା ଦେଇଛନ୍ତି ନିଜର ଟ୍ୟୁଟରରେ। ସେଗତ ୪୫ ବର୍ଷ ଧରି ଅଭିନୟ କ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏଣୁ ତାଙ୍କପାଇଁ ବ୍ୟସ୍ତ ବିବ୍ରତ ନ ହେବାଲାଗି ଋଷି କପୁର୍ ଅନୁରୋଧ କରିଛନ୍ତି। ଗଣେଶ ପୂଜା ବିସର୍ଜନ ଅବସରରେ ଋଷି କପୁରଙ୍କ ଦୁଇ ଭାଇ ଏବଂ ପୁଅ ରଣବୀର କପୁରଙ୍କ ସହ ଦେଖିବାକୁ ମିଳିଥିଲା।

Advertisment

publive-image

ରଣବୀରଙ୍କ ପିତା ତଥା ଅଭିନେତା ଋଷି କପୁର୍ ପୁଅ ରଣବୀର୍ କପୁରଙ୍କର ବାହାଘରକୁ ନେଇ ଏପରି କିଛି ମନ୍ତବ୍ୟ ଦେଇଥିଲେ,ଯାହାକୁ ଶୁଣିଲେ ଆପଣ ମଧ୍ୟ ଅନୁମାନ ଲଗାଇପାରିବେ ଯେ ପୁଅ ରଣବୀର ଓ ଆଲିଆଙ୍କ ସଂପର୍କକୁ ନେଇ ତାଙ୍କର କୌଣସି ଅସୁବିଧା ନାହିଁ। ଯାହାକୁ ନେଇ ଋଷି ଏପରି କିଛି ମନ୍ତବ୍ୟ ଦେଇଥିଲେ । ଋଷି ପ୍ରକାଶ କରିଥିଲେ କି ,ପୁଅ ରଣବୀର୍ ୩୬ ବର୍ଷରେ ପଦାର୍ପଣ କରିଲେଣି,ତେଣୁ ତାଙ୍କୁ ଯଥାଶୀଘ୍ର ହିଁ ବିବାହ କରିନେବା ଉଚିତ୍। ଏଥିସହିତ ସେ ମାତ୍ର ୨୭ ବର୍ଷ ବୟସରେ ବିବାହ କରିଥିବା କଥା ବି ପୁଅ ରଣବୀରଙ୍କ ଉଦ୍ଦେଶ୍ୟରେ କହିଥିଲେ।

publive-image

ଏହା ସହିତ ରଣବୀର୍ ଯେଉଁ ଝିଅକୁ ଚାହୁଁଛନ୍ତି,ତାଙ୍କୁ ବିବାହ କରିପାରନ୍ତି ,ଏନେଇ ତାଙ୍କର କୌଣସି ଅସୁବିଧା ନାହିଁ ବୋଲି ଋଷି କହିଥିଲେ। କେବଳ ସେ ମୃତ୍ୟୁ ପୂର୍ବରୁ ନାତି-ନାତୁଣୀଙ୍କ ସହିିତ କିଛିଟା ସମୟ ଅତିବାହିତ କରିବାର ଇଛାପ୍ରକାଶ ରଖିଛନ୍ତି ବୋଲି ପୁଅ ରଣବୀରଙ୍କ ଉଦ୍ଦେଶ୍ୟରେ ଜଣାଇଥିଲେ।