୭୦ ତମ ଜାତୀୟ ଚଳଚିତ୍ର ପୁରସ୍କାର । କାନ୍ତାରା ପାଇଁ ରିଷବ ସେଟ୍ଟୀ ଶ୍ରେଷ୍ଠ ଅଭିନେତା । ତିରୁଚିଟ୍ରମ୍ବଲମ୍ ପାଇଁ ନିତ୍ୟା ମେନେନ୍ ଶ୍ରେଷ୍ଠ ଅଭିନେତ୍ରୀ

Advertisment
୭୦ ତମ ଜାତୀୟ ଚଳଚିତ୍ର ପୁରସ୍କାର । କାନ୍ତାରା ପାଇଁ ରିଷବ ସେଟ୍ଟୀ ଶ୍ରେଷ୍ଠ ଅଭିନେତା । ତିରୁଚିଟ୍ରମ୍ବଲମ୍ ପାଇଁ ନିତ୍ୟା ମେନେନ୍ ଶ୍ରେଷ୍ଠ ଅଭିନେତ୍ରୀ

କନକ ବ୍ୟୁରୋ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଶୁକ୍ରବାର ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି। ଦେଶର ସବୁଠାରୁ ସମ୍ମାନଜନକ ସିନେମା ପୁରସ୍କାର ଭାବରେ ଏହା ଜଣାଶୁଣା। ଜାତୀୟ ପୁରସ୍କାର ଯେକୌଣସି ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଏକ ବଡ଼ ସଫଳତା ଭାବେ ବିଚେନା କରାଯାଇଥାଏ। ଚଳିତ ଥର ଅନେକ ନୂଆ କଳାକାର ଓ ନିର୍ଦ୍ଦେଶକ ମାନଙ୍କୁ ମିଳିଛି ସମ୍ମାନ ।

ଜାତୀୟ ଚଳତିତ୍ର ପୁରସ୍କାର ୨୦୨୪

  • ଲୋକପ୍ରିୟ ଚଳଚ୍ଚିତ୍ର ଭାବେ ‘କାନ୍ତାରା’ ଫିଲ୍ମ
  • ଶ୍ରେଷ୍ଠ ଅଭିନେତା କାନ୍ତାରା ଫିଲ୍ମ ପାଇଁ ରିଷବ ସେଟ୍ଟୀ
  • ଶ୍ରେଷ୍ଠ ଅଭିନେତ୍ରୀ -ତିରୁଚିଟ୍ରମ୍ବଲମ୍ ପାଇଁ ନିତ୍ୟା ମେନେନ୍
  • କୁଚ୍ଛ ଏକ୍ସପ୍ରେସ ପାଇଁ ମାନସୀ ପାରେଖ
  • ସୋରାଜ ବାରଜିତ୍ୟ -ଶ୍ରେଷ୍ଠ ନିର୍ଦ୍ଦେଶକ
  • ଭିଜୁଆଲ ଇଫେକ୍ଟ ଓ ଆନିମେସନ ପାଇଁ- ‘ବ୍ରହ୍ମାସ୍ତ୍ର’ ଶ୍ରେଷ୍ଠ ଫିଲ୍ମ
  • ଗୁଲମୋହର -ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର
  • କାର୍ତ୍ତିକେୟ ଟୁ- ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର
  • ଦମନ- ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର
  • ଶ୍ରେଷ୍ଠ ଗୀତିକାର(ପୁରୁଷ)- ଅରିଜିତ ସିଂହ
  • ଶ୍ରେଷ୍ଠ ଗୀତିକାର ( ମହିଳା)-ବମ୍ବେ ଜୟଶ୍ରୀ
  • ବାଇଟ୍- ରାହୁଲ ରୋଏଲ, ଜୁରୀ ମେମ୍ବର

ଚଳିତ ଥର ସେହି ଚଳଚ୍ଚିତ୍ରଗୁଡ଼ିକ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି ଯେଉଁଗୁଡ଼ିକ ୧ ଜାନୁଆରୀ ୨୦୨୨ରୁ ୩୧ ଡିସେମ୍ବର ୨୦୨୨ ମଧ୍ୟରେ ଫିଲ୍ମ ସେନ୍ସର ବୋର୍ଡ ଦ୍ୱାରା ସେନ୍ସର ସାର୍ଟିଫିକେଟ୍ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe