ମୁମ୍ବାଇକୁ ସିଫ୍ଟ ହେବେ ଋଷଭ ପନ୍ତ । ମିସ୍ କରୁଛି ଟିମ୍ ଇଣ୍ଡିଆ, ଖେଳାଳି କହିଲେ ଯୋଦ୍ଧା ଭଳି ଶୀଘ୍ର ସୁସ୍ଥ ହୋଇ ଫେରିଆସ ।

ମୁମ୍ବାଇକୁ ସିଫ୍ଟ ହେବେ ଋଷଭ ପନ୍ତ । ମିସ୍ କରୁଛି ଟିମ୍ ଇଣ୍ଡିଆ, ଖେଳାଳି କହିଲେ ଯୋଦ୍ଧା ଭଳି ଶୀଘ୍ର ସୁସ୍ଥ ହୋଇ ଫେରିଆସ ।

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ଋଷଭ ପନ୍ତଙ୍କୁ ନେଇ ଏବେ ତାଜା ଅପଡେଟ ସାମ୍ନାକୁ ଆସିଛି । ଡେରାଡୁନରେ ଚିକିତ୍ସିତ ହେଉଥିବା ପନ୍ତଙ୍କୁ ଖୁବଶୀଘ୍ର ମୁମ୍ବାଇର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ଆଜି ହିଁ ପନ୍ତଙ୍କୁ ମୁମ୍ବାଇକୁ ଏୟାରଲିଫ୍ଟ କରାଯିବ ବୋଲି ସୂଚନା ମିଳିଛି ।

ନୂଆବର୍ଷ ପୂର୍ବରୁ ଋଷଭ ପନ୍ତ ନିଜ ଘରକୁ ଫେରୁଥିବା ବେଳେ ରାସ୍ତାରେ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାରଟି ଡିଭାଇଡରରେ ପିଟି ହେବା ସହ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ତେବେ କାଚ ଭାଙ୍ଗି କାର ବାହାରକୁ ଆସିବା ସହ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ଋଷଭ । ତେବେ ତୁରନ୍ତ ଋଷଭଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଋଷଭଙ୍କ ସ୍ୱାସ୍ଥ୍ୟବସ୍ଥାରେ ଏବେ ଉନ୍ନତି ପରିଲିକ୍ଷିତ ହେଉଥିବା ବେଳେ ଦେଶ ବିଦେଶରୁ ଋଷଭଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ପ୍ରଶଂସକ ।

ଅନ୍ୟପଟେ ବିସିସିଆଇ ପକ୍ଷରୁ ଏକ ଟ୍ୱିଟ୍ ସେୟାର କରି ଋଷଭଙ୍କୁ ଯୋଦ୍ଧା ବୋଲି କୁହାଯାଇଛି । ଋଷଭଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପୂରା ଟିମ୍ ଇଣ୍ଡିଆ । ଦଳର କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି, ଯେତେବେଳେ ଟିମ ଇଣ୍ଡିଆ ସଙ୍କଟରେ ପଡିଛି ସେତେବେଳେ ନିଜର ଦମଦାର ଇନିଂସ ବଳରେ ଦଳକୁ ବିଜୟୀ କରିଛ । ତେଣୁ ଏହି ମାମଲାରେ ବି ତୁମେ ଯୋଦ୍ଧା ଭଳି ଲଢିବ ଓ ଖୁବଶୀଘ୍ର ସୁସ୍ଥ ହୋଇ ଫେରିବ । ସେହିଭଳି ଟିମ୍ ଇଣ୍ଡିଆର ଅନ୍ୟ ଖେଳାଳି ମଧ୍ୟ ଋଷଭ ଶୀଘ୍ର ସୁସ୍ଥ ହୋଇ ଫେରି ଆସନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe