ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଚିନ୍ତାଜନକ ଖବର : ବ୍ୟାଟିଂ ବେଳେ ରିଷଭ ପନ୍ଥ ଆହତ, ସ୍କାନିଂ ପାଇଁ ଗଲେ ହସ୍ପିଟାଲ

144

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ସିଡନୀ ଟେଷ୍ଟରୁ ଆସିଛି ଚିନ୍ତାଜନକ ଖବର । ଆହତ ହୋଇଛନ୍ତି ରିଷଭ ପନ୍ଥ । ଭାରତ ପ୍ରଥମ ଇନିଂସରେ ବ୍ୟାଟିଂ କରିବା ସମୟରେ ପନ୍ତଙ୍କ ବାମ କହୁଣୀରେ ଲାଗିଛି ଆଘାତ । ବଲ୍ ବାଜିବା ପରେ ପନ୍ଥ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ଫିଜିଓ ଫିଲଡକୁ ଯାଇ ତାଙ୍କର ଚିକିତ୍ସା କରିବା ପରେ ପନ୍ଥ ବ୍ୟାଟିଂ କରିଥିଲେ । ୩୬ ରନ୍ ସ୍କୋର କରି ଆଉଟ୍ ହୋଇଯାଇଥିଲେ ପନ୍ଥ ।

ପ୍ୟାଭିଲିୟନ୍ ଫେରିବା ପରେ ପରେ ପନ୍ଥଙ୍କୁ ସ୍କାନିଂ ପାଇଁ ସିଡନୀରେ ଡାକ୍ତରଖାନାକୁ ନିଆଯାଇଛି । ଏନେଇ ଟୁଇଟ୍ କରି ସୂଚନା ଦେଇଛି ବିସିସିଆଇ । ପନ୍ଥ ଆହତ ହେବା ପରେ ତାଙ୍କ ସ୍ଥାନରେ ରିଦ୍ଧିମାନ ଶାହା କିପିଂ କରୁଛନ୍ତି । ଚଳିତ ଅ ଷ୍ଟ୍ରେଲିଆ ଗସ୍ତରେ ଆହତ ସମସ୍ୟା ଭାରତ ପାଇଁ ଚିନ୍ତାଜନକ ରହିଛି । ପ୍ରଥମେ ପେସ୍ ବୋର ମହମ୍ମଦ ସାମି, ପରେ ଉମେଶ ଯାଦବ ଆହତ କାରଣରୁ ଦଳରୁ ବାଦ୍ ପଡିଛନ୍ତି । ଏବେ ପନ୍ଥଙ୍କ ଆହତ ସମସ୍ୟା ଚିନ୍ତା ବଢାଇବା ପରି ହୋଇଛି । ସିରିଜରେ ଆହୁରି ଗୋଟିଏ ଟେଷ୍ଟ ବାକି ଥିବା ବେଳେ ପନ୍ତଙ୍କ ଆଘାତ ବିସିସିଆଇ ପାଇଁ ଚିନ୍ତା ବଢାଇବ ନିଶ୍ଚୟ ।