କନକ ବ୍ୟୁରୋ: ଆଇପିଏଲର ୫୦ ତମ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ଚେନ୍ନାଇ-ଦିଲ୍ଲୀ । ଆଉ ସାମ୍ନାସାମ୍ନି ହେଉଛନ୍ତି ଦୁଇ ୱିକେଟ୍ କିପର ଅଧିନାୟକ । ଜଣେ ରିଷଭ ପନ୍ଥ ଆଉ ଅନ୍ୟ ଜଣେ ମହେନ୍ଦ୍ର ସିଂହ ଧୋନୀ । ହେଲେ ଆଜି ଟସ୍ ପଡିବା ସମୟରେ ଦୁଇ ପ୍ରତିପକ୍ଷ ଅଧିନାୟକଙ୍କ ଭିତରେ ଥିବା ସମ୍ପର୍କ ବିଷୟରେ ଖୁଲାସା କରିଛନ୍ତି ଦିଲ୍ଲୀ ଅଧିନାୟକ ରିଷଭ ପନ୍ଥ ।
ଆଜି ମ୍ୟାଚର ଟସ୍ ପଡିବା ସମୟରେ ପନ୍ଥ କହିଥିଲେ, ଆମେ ଏହି ମ୍ୟାଚ୍ ଉପରେ ଫୋକସ୍ କରୁଛୁ । ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ଅଛୁ । ତେବେ ଧୋନୀଙ୍କୁ ନେଇ ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା , ସେତେବେଳେ ସେ କହିଥିଲେ, ମହେନ୍ଦ୍ର ସିଂହ ଧୋନୀଙ୍କଠାରୁ ସବୁବେଳେ କିଛି ଶିଖିବାକୁ ମିଳିଥାଏ । ତାଙ୍କଠୁ ମୁଁ ଅନେକ କିଛି ଶିଖିଛି, ହେଲେ ଆଜି ସେ ମୋର ବିରୋଧୀ ।
"Always great learning from MSD, but right now he's a rival." 🙃
💙 🤜🤛 💛#YehHaiNayiDilli#IPL2021#DCvCSKpic.twitter.com/oq0Y9IYqGB
— Delhi Capitals (@DelhiCapitals) October 4, 2021
ସୂଚନାଯୋଗ୍ୟ ଯେ, ଏହି ସମୟରେ ଧୋନୀ ଓ ରିଷଭଙ୍କ ନିଜ ନିଜ ଭିତରେ କିଛି ସମୟ କଥା ହୋଇଥିଲେ । ଆଜି ରିଷଭଙ୍କ ଜନ୍ମଦିନ ମଧ୍ୟ । ଯେଉଁ କାରଣରୁ ଦୁଇ ଅଧିନାୟକଙ୍କ ଭିତରେ କିଛି ଖାସ ସମୟ କ୍ୟାମେରାରେ କଏଦ ହୋଇଥିଲା । ଦୁହେଁ ଟସ୍ ପଡିବା ପରେ କିଛି ସହ ହସ-ମଜାକ୍ କରିଥିଲେ । ଧୋନୀଙ୍କ ଅବସର ପରେ ଏବେ ରିଷଭ ଟିମ୍ ଇଣ୍ଡିଆର ନିୟମିତ ୱିକେଟ୍ କିପର ଅଛନ୍ତି । ପନ୍ଥ ମଧ୍ୟ ସବୁବେଳେ ଧୋନୀଙ୍କୁ ତାଙ୍କର ଗୁରୁ ବୋଲି କହିଥାନ୍ତି । ଜଣେ ଖେଳାଳି ଭାବେ ସେ ଧୋନୀଙ୍କଠାରୁ ଅନେକ କିଛି ଶିଖିଛନ୍ତି ବୋଲି ଅନେକ ଥର ପନ୍ଥ କହିସାରିଛନ୍ତି ।