କନକ ବ୍ୟୁରୋ: ଆଇପିଏଲ ୨୦୨୧ରୁ ଆହତ କାରଣରୁ ବାଦ ପଡିଛନ୍ତି ଦିଲ୍ଲୀ କ୍ୟାପିଟାଲର ଅଧିନାୟକ ଶ୍ରେୟାସ ଆୟର । ଏହାସହ ଦିଲ୍ଲୀ କ୍ୟାପିଟାଲର ନୂଆ ଅଧିନାୟକ ହୋଇଛନ୍ତି ରିଷବ ପନ୍ତ । ଏନେଇ ଟ୍ୱିଟ କରି ସୂଚନା ଦେଇଛି ଦିଲ୍ଲୀ କ୍ୟାପିଟାଲ । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଆଘାତ ଲାଗିବାରୁ ସେ ପୂରା ସିଜିନରୁ ବାଦ ପଡିଛନ୍ତି ।
ଏହି ଇଂଲଣ୍ଡ ବିପକ୍ଷ ସିରିଜରେ ପୂରା ଫର୍ମରେ ଥିଲେ ଶ୍ରେୟାସ ଆୟର । ଏଥର ଆଇପିଏଲରେ ଦିଲ୍ଲୀକୁ ସଫଳ କରିବାରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାନ୍ତା । ହେଲେ ତା ପୂର୍ବରୁ ଆହତ ହୋଇ ଆୟର ଦଳରୁ ବାଦ ପଡିଛନ୍ତି । ସେହିପରି ରିଷବ ପନ୍ତ ମଧ୍ୟ ଦମଦାର ଫର୍ମରେ ରହିଛନ୍ତି । ତେଣୁ ତାଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/36-10.jpg)