କନକ ବ୍ୟୁରୋ : ଭାରତୀୟ କ୍ରିକେଟ୍ ଦଳର ଯୁବ ତାରକା ତଥା ଓି୍ୱକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ଥ ନିଜ ଫର୍ମକୁ ନେଇ ଅଡୁଆରେ ପଡିଛନ୍ତି । କ୍ରମାଗତ ଭାବେ ଅନେକ ମ୍ୟାଚରେ ଖରାପ ପ୍ରଦର୍ଶନ କରିଚାଲିଛନ୍ତି ପନ୍ଥ । ଆଉ ଯେଉଁଥିପାଇଁ ତାଙ୍କୁ ନେଇ ଆରମ୍ଭ ହୋଇଯାଇଛି ବିଚାର ବିମର୍ଶ ।

Advertisment

ଭାରତୀୟ ଟିମ୍‌ର ପୂର୍ବତନ ବ୍ୟାଟସ୍‌ମ୍ୟାନ୍‌ ଭିଭିଏସ୍‌ ଲକ୍ଷ୍ମଣ କହିଛନ୍ତି, ଓ୍ଵିକେଟ୍‌କିପର ଋଷଭ ପନ୍ତଙ୍କୁ ଟିମ୍‌ ପରିଚାଳନା ଯେତେ ସମୟ ଦେଇଛି, ଏହି ସମୟ ମଧ୍ୟରେ ସେ ନିଜର ପ୍ରଦର୍ଶନରେ ସଂଶୋଧନ ଆଣିବା ଦରକାର ଏବଂ ସେ ଠିକ୍‌ ସମୟ ମଧ୍ୟରେ ଫର୍ମକୁ ନ ଆସିଲେ ତାଙ୍କର ସ୍ଥାନକୁ ସଞ୍ଜୁ ସାମନନ୍‌ ନେଇଯାଇ ପାରନ୍ତି ।

ଲକ୍ଷ୍ମଣ କହିଛନ୍ତି, ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ ମ୍ୟାଚ୍‌ର ଟି-୨୦ ଶୃଙ୍ଖଳାର ଟିମ୍‌ରେ ସଞ୍ଜୁ ସାମସନ୍‌ଙ୍କୁ ଚୟନ କରାଯାଇଛି ଏବଂ ଏହା ପନ୍ତଙ୍କ ପାଇଁ କଡ଼ା ଚ୍ୟାଲେଞ୍ଜ ହେବ । ସଞ୍ଜୁଙ୍କୁ ଚୟନ କରାଯିବାର ଅର୍ଥ ହେଉଛି ପନ୍ତ ଭଲ ପ୍ରଦର୍ଶନ କରନ୍ତୁ ଅଥବା ଟିମ୍‌ରୁ ବାହାରିଯିବା ପାଇଁ ପ୍ରସ୍ତୁତ ହୁଅନ୍ତୁ ।

ଟିମ୍‌ ପରିଚାଳନା ଓ ଚୟନ କମିଟି ସାମସନଙ୍କୁ ଟିମ୍‌ରେ ସାମିଲ କରି ଏକ ପ୍ରକାରର ପୂର୍ବାଭାସ ଦେଇଛନ୍ତି ଯେ, ଆମ ପାଖରେ ବିକଳ୍ପ ଅଛି । ଋଷଭ ପନ୍ତଙ୍କୁ ବହୁତ ସୁଯୋଗ ମିଳିଛି । ଲକ୍ଷ୍ମଣ କହିଛନ୍ତି, ଖେଳାଳିଙ୍କୁ ଟିମ୍‌ ପରିଚାଳନା ଓ ଚୟନ କମିଟିର ଆଶା ଓ ଭରସାକୁ ପୂରଣ କରିବାକୁ ହେବ ।