ଚତୁର୍ଥ ଟେଷ୍ଟରେ ରିଷଭଙ୍କ ଦମଦାର ଶତକ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୮୯ ରନ୍ ଆଗରେ ଟିମ୍ ଇଣ୍ଡିଆ ।

381

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟରେ ଦ୍ୱିତୀୟ ଦିନରେ ରିଷଭ ପନ୍ତଙ୍କ ଦମଦାର ଶତକ । ଫଳରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ବ୍ରିଟିଶ ଦଳଠାରୁ ୮୯ ରନ ଆଗରେ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦଳର ଟପ୍ ଅର୍ଡର ଫେଲ୍ ମାରିଲା ପରେ ମଧ୍ୟ ନିମ୍ନକ୍ରମରେ ଆସି ରିଷଭ ଓ ୱାସିଂଟନ ସୁନ୍ଦର ଆଖିଦୃଶିଆ ଇଂନିସ ଖେଳିଛନ୍ତି ।

ଗତକାଲି ଭାରତୀୟ ବୋଲର ଇଂଲଣ୍ଡ ଦଳକୁ ୨୦୫ ରନରେ ଅଲଆଉଟ୍ କରିଦେଇଥିଲା । ଏହାପରେ ପ୍ରଥମ ଇଂନିସ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ବିରାଟ ବାହିନୀ । ହେଲେ ଶୁଭମନ ଗିଲ ଶୂନରେ ହିଁ ଆଉଟ୍ ହେଇଯାଇଥିଲେ । ଏହାପରେ ଚିତେଶ୍ୱର ପୂଜାରା, ବିରାଟ କୋହଲିଙ୍କ ସଅଳ ୱିକେଟ୍ ହରାଇଥିଲା ଦଳ ।

ଶେଷ ଆଡକୁ କିନ୍ତୁ ରିଷଭ ପନ୍ତ ଓ ସୁନ୍ଦର ଚତ୍ମକାର ବ୍ୟାଟିଂ କରିବା ସହିତ ଭାରତର ସ୍କୋର ୨୯୪ ଛୁଇଁଛି । ହାତରେ ଏବେ ଆହୁରି ୩ଟି ୱିକେଟ୍ ବାକି ଥିବାରୁ ଦଳ ଶହେରୁ ଅଧିକ ରନ୍ ଲିଡ୍ ନେବାକୁ ଲକ୍ଷ୍ୟ ରଖିବ । ତେବେ ଏହି ମ୍ୟାଚକୁ ଜିତିଲେ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଟିକେଟ୍ ମଧ୍ୟ ହାତେଇବ ।