ଦିନିକିଆ, ଟି-୨୦ ସିରିଜରୁ ବାଦପଡିଲେ ପନ୍ତ। ଋଷଭ ଖେଳିବେ ନାହିଁ ଦିନିକିଆ ବିଶ୍ୱକପ! ଯଦି ପନ୍ତ ନଖେଳନ୍ତି ତାହେଲେ ତାଙ୍କ ସ୍ଥାନରେ କିଏ?

ଦିନିକିଆ, ଟି-୨୦ ସିରିଜରୁ ବାଦପଡିଲେ ପନ୍ତ। ଋଷଭ ଖେଳିବେ ନାହିଁ ଦିନିକିଆ ବିଶ୍ୱକପ! ଯଦି ପନ୍ତ ନଖେଳନ୍ତି ତାହେଲେ ତାଙ୍କ ସ୍ଥାନରେ କିଏ?

କନକ ବ୍ୟୁରୋ: ବାଂଲାଦେଶ ପରେ ଭାରତୀୟ ଦଳ ବର୍ତ୍ତମାନ ଶ୍ରୀଲଙ୍କା ବିରୋଧରେ ଦିନିକିଆ ଏବଂ ଟି-୨୦ ସିରିଜ ଖେଳିବାକୁ ଯାଉଛି । ବିସିସିଆଇ ଏଥିପାଇଁ ଭାରତୀୟ ଦଳର ଘୋଷଣା କରିଛି । ତେବେ ଉଭୟ ଦିନିକିଆ ଏବଂ ଟି-୨୦ ପାଇଁ ଷ୍ଟାର ବ୍ୟାଟର ଋଷଭ ପନ୍ତଙ୍କୁ ଦଳର ସୁଯୋଗ ମିଳିପାରିନାହିଁ । ପନ୍ତଙ୍କ ବାଦ ପଡିବା ବର୍ତ୍ତମାନ ତାଙ୍କ ଭବିଷ୍ୟତ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଆଉ କିଛି ମାସ ପରେ ଦିନିକିଆ ବିଶ୍ୱକପ ଖେଳାଯିବ । ତେବେ ପ୍ରଶ୍ନ ଏହା ମଧ୍ୟ ଉଠିବା ଆରମ୍ଭ ହେଲାଣି ଯେ କଣ ପନ୍ତ କେବଳ ଟେଷ୍ଟ ଫର୍ମାଟରେ ସୀମିତ ରହିଯିବେ କି? କଣ ବିଶ୍ୱକପ ଦଳରେ ତାଙ୍କୁ ଜାଗା ମିଳିବ ତ?

ବର୍ତ୍ତମାନ ମଧ୍ୟ ଏଥିପାଇଁ ଅନେକ ସମୟ ରହିଛି, ତେଣୁ ପନ୍ତଙ୍କୁ ବିଶ୍ୱକପରୁ ବାଦ ପଡିବା କଥା ଆଲୋଚନା କରିବା ଠିକ୍ ନୁହେଁ । ଶ୍ରୀଲଙ୍କା ପରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିରୋଧରେ ଦିନିକିଆ ଏବଂ ଟି-୨୦ ସିରିଜ ଖେଳିବ । ତେଣୁ ଆଶା କରୁଯାଉଛି ଏହି ସିରିଜରେ ପନ୍ତ ଦଳକୁ ଫେରିପାରନ୍ତି ।

କହିରଖିବାକୁ ଚାହିଁବୁ ଯେ ପନ୍ତ ଖରାପ ଫର୍ମ କାରଣରୁ ଶ୍ରୀଲଙ୍କା ସିରିଜରୁ ବାଦ ଦିଆଯାଇନାହିଁ । ଏହି ସମୟରେ ଏହା ମଧ୍ୟ କୁହାଯାଇନପାରେ ଯେ ପନ୍ତ ଟେଷ୍ଟରେ ହିରୋ ଏବଂ ଧଳା ବଲର ଫର୍ମାଟରେ ଫ୍ଲପ ହେଉଛନ୍ତି । ବିସିସିଆଇ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ ପନ୍ତଙ୍କୁ ଦଳରୁ ବାହର ନେଇ କୌଣସି କାରଣ ସ୍ପଷ୍ଟ କରାଯାଇନାହିଁ । ତେବେ ସୁତ୍ରରୁ ମିଳିଥିବା ଖବର ଅନୁସାରେ ଋଷଭ ଆହତ ହୋଇଛନ୍ତି । ଏହାହିଁ କାରଣଯେ ତାଙ୍କୁ ଉଭୟ ଦିନିକିଆ ଏବଂ ଟି-୨୦ ସିରିଜ ପାଇଁ ଚୟନ କରାଯାଇନାହିଁ ।

ସୂଚନା ଅନୁସାରେ ଋଷଭଙ୍କ ପାଦରେ ଆଘାତ ଲାଗିଛି । ଏଥିପାଇଁ ତାଙ୍କ ଷ୍ଟ୍ରେଥ୍ ଟ୍ରେନିଂ ପାଇଁ ପଠାଯାଇଛି । ତେବେ ସେ କେତେବେଳ ଯାଏ ଠିକ ହେବେ ତାର ସୂଚନା ମିଳିପାରିନାହିଁ ।

ଋଷଭ ପନ୍ତ ଗତ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ । ମୀରପୁର ଟେଷ୍ଟରେ ସେ ୯୩ ରନ ସଂଗ୍ରହ କରିଥିଲେ । ଚିଟାଗଙ୍ଗ ଟେଷ୍ଟରେ ୪୬ରନ ସଂଗ୍ରହ କରିଥିଲେ । ତେବେ ଏହା ପୂର୍ବରୁ ଋଷଭ ୮ ମ୍ୟାଚରେ ୭ଟି ଇନିଂସରେ ପୂରା ଫ୍ଲପ ନଜର ଆସିଥିଲେ । ଏହି ସବୁ ପାଳିରେ ଥରେ ହେଲେ ମଧ୍ୟ ୨୦ରନ ଛୁଇଁପାରିନଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe